ମାଲକାନଗିରି:ରାସ୍ତାକଡରେ ଖୋଲିଛି ଲାଇବ୍ରେରୀ । କାଠ ସେଲ୍ଫରେ ସଜା ହୋଇ ରହିଛି ଭଳିକି ଭଳି ପ୍ରକାରର ବହି । ଖୋଲା ଆକାଶ ତଳେ, ଗଛ ମୂଳରେ ଶୀତୁଆ ସକାଳର ତୀର୍ଯ୍ୟକ ସୂର୍ଯ୍ୟକିରଣ ସ୍ପର୍ଶ । ଆଉ ହାତରେ ବହି ଧରି ପଢୁଛନ୍ତି ପିଲାଏ । ଡିଜାଟାଲ ଯୁଗରେ ବହି ପଢାକୁ ପ୍ରୋତ୍ସାହିତ କରିବାକୁ ମାଲାକାନଗିରିର 20ରୁ 30 ଜଣ ଯୁବତୀ ମିଶି ଆର୍ଟସ କଲେଜ ନିକଟରେ ଖୋଲିଛନ୍ତି ଏହି ଓପେନ ଲାଇବ୍ରେରୀ ।
ଆଜିର ଅତ୍ୟାଧୁନିକ ସମୟରେ ଆବାଳବୃଦ୍ଧ ବନୀତା ସମସ୍ତେ ମୋବାଇଲ ପଛରେ ବାୟା । ମୋବାଇଲ କ୍ରାନ୍ତି ଲୋକଙ୍କ ଜ୍ଞାନ ବଢାଇଛି ସତ, ହେଲେ ମାନବ ଜୀବନରେ ପୁସ୍ତକର ମହତ୍ବ ଓ ସ୍ଥାନ ସ୍ବତନ୍ତ୍ର । ଏହାକୁ ବୁଝିପାରି ଯୁବତୀମାନେ ଦିପାବଳୀ ଅବସରରରେ ଏହି ଲାଇବ୍ରେରୀର କରିଛନ୍ତି ଶୁଭାରମ୍ଭ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଝିଅମାନେ ମିଶି ନେଇଥିବା ଏହି ପଦକ୍ଷେପ ପ୍ରଂଶସନୀୟ ।
ଆଜିର ଅତ୍ୟାଧୁନିକ ସମୟରେ ଆବାଳବୃଦ୍ଧ ବନୀତା ସମସ୍ତେ ମୋବାଇଲ ପଛରେ ବାୟା । ମୋବାଇଲ କ୍ରାନ୍ତି ଲୋକଙ୍କ ଜ୍ଞାନ ବଢାଇଛି ସତ, ହେଲେ ମାନବ ଜୀବନରେ ପୁସ୍ତକର ମହତ୍ବ ଓ ସ୍ଥାନ ସ୍ବତନ୍ତ୍ର । ଏହାକୁ ବୁଝିପାରି ଯୁବତୀମାନେ ଦିପାବଳୀ ଅବସରରରେ ଏହି ଲାଇବ୍ରେରୀର କରିଛନ୍ତି ଶୁଭାରମ୍ଭ । ଯଦିଓ ଏବେ ଏତେଟା ବହି ମହଜୁଦ ନାହିଁ କିନ୍ତୁ କିଛି ଜଣଙ୍କ ଦ୍ବାରା ଦାନ ହୋଇଥିବା ବହି ଦ୍ବାରା ଚାଲିଛି ଲାଇବ୍ରେରୀ । ସକାଳ 6ରୁ 11 ଟା ଓ ଅପରାହ୍ନ 3ଟାରୁ ସଂନ୍ଧ୍ୟା 9ଟା ଯାଏଁ ଲାଇବ୍ରେରୀ ଖୋଲା ରୁହେ । ଏହି ଲାଇବ୍ରେରୀ ଚାରି ଜଣ ଝିଅଙ୍କ ଦ୍ବାରା ପରିଚାଳିତ ହୁଏ। ଏହାର ନିର୍ମାଣ ପରିଚାଳନା ଖର୍ଚ୍ଚ ଗ୍ରୁପ ସଦସ୍ୟ ଉଠାଉଛନ୍ତି ।
ଆଦିବାସୀ ଅଧ୍ୟୁସିତ ଜିଲ୍ଲାର ଝିଅମାନେ ମିଶି ନେଇଥିବା ଏହି ପଦକ୍ଷେପ ପ୍ରଂଶସନୀୟ । ପୁସ୍ତକ ପଢିବା ସଂସ୍କୃତିକୁ ଆଗକୁ ନେବା ପାଇଁ ପ୍ରତି ସ୍ଥାନରେ ଲାଇବ୍ରେରୀ ପରିଚାଳନା ଜରୁରୀ । ଯାହା ଫଳରେ ଆଜିର ଯୁବପୀଢିଙ୍କୁ ସେମାନଙ୍କ ସଂସ୍କୃତି , ସାହିତ୍ୟ ଓ ଇତିହାସକୁ ଭଲ ଭାବେ ବୁଝାଇବାରେ ସାହାଯ୍ୟ କରିବ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ