ଓଡିଶା

odisha

ଅପହଞ୍ଚ ଇଲାକାରେ ଅପହଞ୍ଚ ନେଟୱାର୍କ, ଅସୁରକ୍ଷିତ ବଣ୍ଡାଘାଟି ପିଲାଙ୍କ ଭବିଷ୍ୟତ

By

Published : Sep 26, 2020, 5:59 PM IST

Updated : Sep 27, 2020, 9:50 AM IST

ଅସୁରକ୍ଷିତ ହୋଇପଡିଛି ଅପହଞ୍ଚ ଇଲାକାର ପିଲାଙ୍କ ଭବିଷ୍ୟତ । ନେଟୱାର୍କ ନଥିବାରୁ ଅନଲାଇନ ପାଠପଢାରୁ ବଞ୍ଚିତ ମାଲକାନଗିରି ବଣ୍ଡାଘାଟିର ପିଲାଏ । ଫଳରେ କ୍ଲାସ ପାଇଁ କିଏ ରାସ୍ତାକଡରେ ବସି ରହୁଛି ତ ଆଉ କାହାକୁ ପାହାଡ ଚଢିବାକୁ ପଡୁଛି । ଖାଲି ସେତିକି ନୁହେଁ, ସ୍ମାର୍ଟ ଫୋନ ନଥିବାରୁ ପାଠପଢା ଛାଡି ଏବେ ବିଲରେ ଖଟୁଛନ୍ତି ପିଲାଏ । ଏନେଇ ଅଧିକ ପଢନ୍ତୁ...

ଅପହଞ୍ଚ ଇଲାକା ବଣ୍ଡାଘାଟିରେ ଅପହଞ୍ଚ ନେଟୱାର୍କ
ଅପହଞ୍ଚ ଇଲାକା ବଣ୍ଡାଘାଟିରେ ଅପହଞ୍ଚ ନେଟୱାର୍କ

ମାଲକାନଗିରି: ଅପହଞ୍ଚ ଇଲାକାରେ ଅପହଞ୍ଚ ଅନଲାଇନ ପାଠପଢା । କୋରୋନା କାଳରେ ଦେଖିବାକୁ ମିଳିଛି ଶିକ୍ଷାଦାନର ବିକଳ ଚିତ୍ର । କୋରୋନା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଥିଲା । ସେବେଠୁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରଖାଯାଇଛି । ଏହା ଦ୍ବାରା ପିଲାମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହେବାରୁ ସରକାର ଅନଲାଇନ ମାଧ୍ୟମରେ ପାଠପଢା ଆରମ୍ଭ କରିଛନ୍ତି । ହେଲେ ଅପହଞ୍ଚ ମାଲାକାନଗିରି ଜିଲ୍ଲାର ବଣ୍ଡାଘାଟି ଅଞ୍ଚଳରେ ଅନଲାଇନ ପାଠ୍ୟକ୍ରମ ଯେମିତି ପ୍ରହସନ ପାଲଟିଛି ।

ଅପହଞ୍ଚ ଇଲାକାରେ ଅପହଞ୍ଚ ନେଟୱାର୍କ, ଅସୁରକ୍ଷିତ ବଣ୍ଡାଘାଟି ପିଲାଙ୍କ ଭବିଷ୍ୟତ

ଶିକ୍ଷାଦାନ ନାଁରେ ବାଜିରେ ଲାଗିଛି ପିଲାଙ୍କ ଭବିଷ୍ୟତ। ନେଟୱାର୍କ ନଥିବାରୁ ପାଠପଢାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ତେଣେ କ୍ଲାସ ପାଇଁ କିଏ ରାସ୍ତାକଡ ଗଛ ତଳେ ବସି ପଢୁଛି ତ ଆଉ କେତେକ ଗାଁ ଠାରୁ 5 କିମି ଦୂର ପାହାଡ ଚଢିବାକୁ ବାଧ୍ୟ ହେଉଛନ୍ତି । ଏହିପରି ଅସୁରକ୍ଷିତ ଭାବେ ଚାଲିଛି ବଣ୍ଡାଘାଟି ପିଲାମାନଙ୍କ ପାଠପଢା । ଆଉ ଯେଉଁମାନଙ୍କ ପାଖରେ 4G ସ୍ମାର୍ଟ ଫୋନ ନାହିଁ ସେମାନେ ଏବେ ବିଲରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଲକଡାଉନ ପର ଠାରୁ ଦୀର୍ଘ 7 ମାସ ମଧ୍ୟରେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।

ବଣ୍ଡାଘାଟିର ମୁଦୁଲୁପଡା ଓ ଅଣ୍ଡ୍ରାହାଲ 2ଟି ପଞ୍ଚାୟତ ରହିଛି । ଏହି 2 ଟି ପଞ୍ଚାୟତରେ 3G କିମ୍ବା 4G ନେଟୱାର୍କ ନାହିଁ । କେବଳ ବିଏସଏନଏଲର 2G ନେଟୱାର୍କ ଆସିଛି । ତେବେ ସେଥିରେ ସାଧାରଣ କଥା ହେବା ବି ମୁସ୍କିଲ । ଫଳରେ ବଣ୍ଡାଘାଟିର 500 ପିଲାଙ୍କ ଅନଲାଇନ ପାଠପଢାରେ ବଡ ଧରଣର ବ୍ୟତିକ୍ରମ ସୃଷ୍ଟି ହୋଇଛି । ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହେଉଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟ ଆଗ୍ରହ କମି ଯାଉଛି । ସେପଟେ, ସ୍ଥାନୀୟ ବିଧାୟକ କହିଛନ୍ତି, ଖୁବଶୀଘ୍ର ପିଲାମାନଙ୍କୁ ଟିଭି ମାଧ୍ୟମରେ ପାଠପଢାର ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଉଛି ।

ଲକଡାଉନରେ ସମସ୍ତ ସ୍କୁଲରେ ଅନଲାଇନ ଦ୍ୱାରା ପାଠପଢା ଚାଲୁ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଶିକ୍ଷାର୍ଥୀ ଘରେ ବସି ଅନଲାଇନ ହ୍ଵାଟ୍ସଆପ୍ ଜରିଆରେ ପାଠ ପଢିବା ପାଇଁ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ହେଲେ ଶିକ୍ଷା ସଂଯୋଗରେ କେତେ ଛାତ୍ର ଛାତ୍ରୀ ଉପକୃତ ହେବେ ତାହା ଆଗାମୀ ଦିନରେ ଜଣାପଡିବ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Sep 27, 2020, 9:50 AM IST

ABOUT THE AUTHOR

...view details