ମାଲକାନଗିରି: ସାଧାରଣ ନିର୍ବାଚନକୁ ଟାର୍ଗେଟ କରି ମାଓବାଦୀଙ୍କ ବର୍ବର କାଣ୍ଡ । ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁରର ହୋଇଛି ମାଓ ହମଲା । ଏଥର ସୁରକ୍ଷାକର୍ମୀ ମୁହେଁ ମାଓ ହିଂସାର ଶିକାର ହୋଇଛନ୍ତି ସାଧାରଣ ଜନତା । ଲାଲବାହିନୀର ଆଇଇଡି ବିସ୍ଫୋରଣରେ ବୋଲେରୋରେ ଯାଉଥିବା 9 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।
ପ୍ରାଥମିକ ସୂଚନା ମୁତାବକ, 9 ଜଣ ସାଧାରଣ ଲୋକେ ଏକ ବୋଲେରୋ ଯୋଗେଁ ମେଳା ଦେଖିବାକୁ ଯାଉଥିବାବେଳେ ପେଦାକଡେପାଲ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । 9 ଗୁରୁତର ହୋଇଥିବା ଯାତ୍ରୀଙ୍କ ମଧ୍ୟରେ 2 ଗର୍ଭବତୀ ମହିଳା ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 4ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ 5ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।