ମାଲକାନଗିରି: ଓଡିଶା ଛତିଶଗଡ ସୀମାନ୍ତ ଜିଲ୍ଲାରେ ଦେଖାଦେଇଛି ବାଘ ଆତଙ୍କ । କିଛି ଦିନ ପୂର୍ବେ କିଛି ଗ୍ରାମବାସୀ ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ କରିଥିବା ବେଳେ ସୋସିଆଲ ମିଡିଆରେ ଗୋଟିଏ ବାଘ ଭିଡିଓ ଭାଇରାଲ ହୋଇଥିଲା । ଏବେ ଗ୍ରାମବାସୀ ବାଘ ଗର୍ଜନ ଶୁଣିଥିବା କହିବା ପରେ ଏସିଏଫଓ ତଦନ୍ତ ଆରମ୍ଭ କରିଛି ।
୨ ଦିନ ପୂର୍ବରୁ ବାଘ ଦେଖିଥିବା ଓ ବାଘ ଗର୍ଜନ ଶୁଣିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ବ୍ୟକ୍ତିଙ୍କ ଗାଈ ଓ ୨ଟି ବାଛୁରୀର ପତ୍ତା ମିଳୁନି । ବର୍ତ୍ତମାନ ଲୋକେ ମହୁଲ ଗୋଟାଇବାକୁ ଜଙ୍ଗଲ ଯିବାକୁ ଭୟ କରୁଛନ୍ତି । ଏଥିସହ ଗ୍ରାମରେ ବାଘ ଆତଙ୍କ ଯୋଗୁଁ ସନ୍ଧ୍ୟା ହେଲେ ସ୍ଥାନୀୟ ଲୋକେ କବାଟ ଦେଇ ଘରେ ରହୁଥିବା ପ୍ରକାଶ କରିଛନ୍ତି ।