ବାଲେଶ୍ଵର: ବଜ୍ରପାତରେ ଜଣଙ୍କର ମୃତ୍ୟୁ । ଏହି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଘଟିଛି। ବଜ୍ରପାତ ଯୋଗୁଁ 2 ଜଣ ଆହତ ହୋଇଛନ୍ତି।
ବଜ୍ରପାତରେ ଜଣେ ମୃତ, ୨ ଆହତ - ବାଲେଶ୍ବର ଖବର
ବଜ୍ରପାତରେ ଜଣଙ୍କର ମୃତ୍ୟୁ ଓ ଦୁଇ ଜଣ ଆହତ। ଏହି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଘଟିଛି।

ବଜ୍ରପାତରେ ଜଣେ ମୃତ, ୨ ଆହତ
ବଜ୍ରପାତରେ ଜଣେ ମୃତ, ୨ ଆହତ
ପ୍ରାପ୍ତ ଖବର ଅନୁସାରେ, ଜଳେଶ୍ବର ଥାନା ଅଧିନ ଗୋବରଘାଟ ଗ୍ରାମର 5ଜଣ ବ୍ୟକ୍ତି ବାସନ୍ତୀ ପଡିଆ ନିକଟସ୍ଥ କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ଗୋବରଘାଟ ଗ୍ରାମର କାର୍ତ୍ତିକ ମହାନ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Sep 1, 2020, 6:01 PM IST