ଓଡିଶା

odisha

ETV Bharat / state

ମହୁଲ ଫୁଲ ଉପରେ କଳା ନଜର, ଆଦିବାସୀଙ୍କୁ ଲୁଟୁଛନ୍ତି ଦଲାଲ - ଆଦିବାସୀ ସମ୍ପ୍ରଦାୟ

ମହୁଲ ଏକ ଅର୍ଥକାରୀ ଫସଲ । ଏହାକୁ ବିକ୍ରି କରି ଆଦିବାସୀ ସମ୍ପ୍ରଦାୟ ବେଶ ଦୁଇ ପାଇସା ରୋଜଗାର କରିଥାଏ । ବର୍ତ୍ତମାନ ଦଲଲାଙ୍କ ଦାଦାଗିରି ପାଇଁ ନୀରିହ ଆଦିବାସୀମାନେ ଅଳ୍ପ ଟଙ୍କାରେ ଫୁଲ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ...

ମହୁଲକୁ ମିଳୁନି ଉଚିତ ମୂଲ୍ୟ
ମହୁଲକୁ ମିଳୁନି ଉଚିତ ମୂଲ୍ୟ

By

Published : May 12, 2021, 8:11 PM IST

ମାଲକାନଗିରି: ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ ଅର୍ଥକାରୀ ଦ୍ରବ୍ୟ । ମହୁଲ ଫୁଲ ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର କରିଥାଏ ଆଦିବାସୀ ସମ୍ପ୍ରଦାୟ । ହେଲେ ଏବେ ଦଲାଲଙ୍କ କଳା ନଜର ପଡିଛି ମହୁଲ ଫୁଲ ଉପରେ । ଆଦିବାସୀଙ୍କୁ ଡ଼ରେଇ ଧମକେଇ କମ ପଇସାରେ ଶହ ଶହ କ୍ବିଣ୍ଟାଲ ମହୁଲକୁ କିଣି ନେଉଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ମାଲକାନଗିିରି ଜିଲ୍ଲାର ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରୁ ।

ଦଲାଲଙ୍କ କଳା ନଜରରେ ମହୁଲ ଫୁଲ

ଖରା, ବର୍ଷା ଶୀତ ସହି ମହୁଲ ଫୁଲ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିବା ଆଶା ଏବେ ମଉଳି ଯାଇଛି । କାହିଁ କେତେ ଅମଳରୁ ଆଦିବାସୀ ମହୁଲ ଗଛ ଉପରେ ନିର୍ଭର କରି ଚଳିଆସୁଛି । ମହୁଲ ଫୁଲ ସଂଗ୍ରହକରି ନିଜ ବ୍ୟବହାର ପାଇଁ ଯେତିକ ଆବଶ୍ୟକ ସେତିକି ରଖିବା ସହ ବଳକା ଫୁଲକୁ ନିକଟସ୍ଥ ହାଟବଜାରରେ ବିକ୍ରି କରିଥାନ୍ତି । ସେଥିରୁ ଦୁଇପଇସା ରୋଜଗାର କରି ପରିବାର ଚଳାଏ । ପ୍ରାୟ ଦୁଇ ମାସରୁ ଅଧିକା ସମୟ ଧରି ଆଦିବାସୀ ମହିଳାମାନେ ପରିଶ୍ରମ କରିଥାନ୍ତି । ହେଲେ ଏବେ ଦଲାଲଙ୍କ ରାଜୁତି ପାଇଁ ତାର ସବୁ ଆଶା ମଉଳି ଯାଇଛି । ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼ରୁ ଦଲାଲମାନେ ଆସି ଆଦିବାସୀଙ୍କୁ ଡ଼ରେଇ ଧମକେଇ କମ ପଇସାରେ ଶହ ଶହ କ୍ବିଣ୍ଟାଲ ମହୁଲ କିଣି ନେଉଛନ୍ତି ।

ମହୁଲ ଫୁଲ ଆଦିବାସୀମାନଙ୍କ ପାଇଁ ଏକ ପ୍ରକାର ଧଳା ସୁନା । ହେଲେ ସେମାନଙ୍କୁ ତାଙ୍କର ଉଚିତ ମୂଲ୍ୟ ମିଳୁନାହିଁ । ଆଉ କିଛି ଦିନ ଗଲେ ମହୁଲ ଫୁଲର ଋତୁ ସରି ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସ୍ତରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ । ମାଲକାନଗିରି ଜିଲ୍ଲାର ଆଦିବାସୀମାନଙ୍କ ଜୀବନ ଜୀବିକାର ଏକ ମୁଖ୍ୟ ସ୍ରୋତ ହୋଇଥିବାରୁ ମହୁଲ ଫୁଲ ଦାମ ଅଧିକା କରାଯିବା ପାଇଁ ଦାବି ହୋଇ ଆସୁଛି । ପ୍ରଶାସନିକ ସ୍ତରରେ କିଛି ବ୍ୟବସ୍ଥା କରାଗଲେ ଫୁଲକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରନ୍ତା ଆଦିବାସୀ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details