ଓଡିଶା

odisha

ETV Bharat / state

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଗୁରୁତର - ଯବାନ ଗୁରୁତର

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଗୁରୁତର
ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଗୁରୁତର

By

Published : Feb 21, 2021, 11:55 AM IST

Updated : Feb 21, 2021, 3:46 PM IST

11:50 February 21

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଗୁରୁତର

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଗୁରୁତର

ମାଲକାନଗିରି: ଜିଲ୍ଲାର ମାଥିଲି ଥାନା କର୍ତନପଲ୍ଲୀ ବ୍ଲକ ଗୋଗାପଦର ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡିଛି । ତେବେ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।  

ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି | ମିଳିଥିବା ସୂଚନା ମୁତାବକ ପ୍ରତିଦିନ ଭଳି ରବିବାର ସକାଳୁ କର୍ତନପଲ୍ଲୀଠାରେ ଅବସ୍ଥାପିତ ୧୬୦ ବିଏସଏଫ ବାଟାଲିୟନ ଯବାନ କମ୍ବିଂ ଅପରେସନ କରିବାକୁ ଯାଇଥିଲେ । ତେବେ କୁମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ ।  

ଆହତ ଯବାନଙ୍କ ନାମ ଧର୍ମେନ୍ଦ୍ର ସାହୁ ହୋଇଥିବାବେଳେ ତାଙ୍କୁ ଏବେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯବାନମାନେ ଘଟଣାସ୍ଥଳରେ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ତେବେ ଗୁରୁତର ହୋଇଥିବା ବିଏସଏଫ ଯବାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ମେଡ଼ିକାଲକୁ ନିଆଯାଇଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Feb 21, 2021, 3:46 PM IST

ABOUT THE AUTHOR

...view details