ମାଲକାନଗିରି : ସୀମାନ୍ତ ଛତିଶଗଡ ସୁକମା କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଏଥିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶହୀଦ ହୋଇଛନ୍ତି । ଘଟଣା ଅନୁଯାୟୀ, ଗତକାଲି(ରବିବାର) 208 ବାଟାଲିଆନର ସିଆରପିଏଫ କୋବ୍ରା ଯବାନ ସର୍ଚ୍ଚ ଅପରେସନ ପାଇଁ କିଷ୍ଟାରାମ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଯବାନମାନେ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ।
ସୁକମା କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଡେପୁଟି କମାଣ୍ଡାଣ୍ଟ ଶହୀଦ - ଡେପୁଟି କମାଣ୍ଡାଣ୍ଟ ଶହୀଦ
![ସୁକମା କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଡେପୁଟି କମାଣ୍ଡାଣ୍ଟ ଶହୀଦ ଲ୍ୟାଣ୍ଡମାଇନ ବିସ୍ଫୋରଣ](https://etvbharatimages.akamaized.net/etvbharat/prod-images/768-512-9870827-219-9870827-1607923857051.jpg)
10:54 December 14
ସୁକମା କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଡେପୁଟି କମାଣ୍ଡାଣ୍ଟ ଶହୀଦ
ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଏହି ଲ୍ୟାଣ୍ଡମାଇନ ପୋତିଥିଲେ। ଯବାନ ବୋମାକୁ ନିଷ୍କ୍ରିୟ କରିବା ପାଇଁ ସଜବାଜ ହେଉଥିବାବେଳେ ଅଚାନକ ବୋମାଟି ବିସ୍ଫୋରଣ ହୋଇଥିଲା। ଏ ବିସ୍ଫୋରଣରେ ଡେପୁଟି କମାଣ୍ଡାଣ୍ଟ ବିକାଶ କୁମାରଙ୍କ ସହ ଅନ୍ୟ 2ଜଣ ସହଯୋଗୀ ଗୁରୁତର ଆହତ ହୋଇଥିଲେ।
ଆହତ 3ଜଣଙ୍କୁ ପ୍ରଥମେ ସିଆରପିଏଫ କ୍ୟାମ୍ପକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସା ସମୟରେ ଡେପୁଟି କମାଣ୍ଡାଣ୍ଟ ଶହୀଦ ହୋଇଛନ୍ତି। ଗତ 15 ଦିନ ମଧ୍ୟରେ 2ଜଣ ସିଆରପିଏଫ ଅଧିକାରୀ ଶହୀଦ ହୋଇସାରିଲେଣି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ