ଓଡିଶା

odisha

ETV Bharat / state

LAccMI Scheme: କାଲିଠୁ ଗଡ଼ିବ 'ଲକ୍ଷ୍ମୀ ବସ୍', ମାଲକାନଗିରିରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା

ଆସନ୍ତାକାଲି 'ଲକ୍ଷ୍ମୀ ବସ୍' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମାଲକାନଗିରି ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

LAccMI Bus Runs Start From Tomorrow
ଆସନ୍ତାକାଲି 'ଲକ୍ଷ୍ମୀ ବସ୍' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Oct 11, 2023, 9:31 PM IST

ଆସନ୍ତାକାଲି 'ଲକ୍ଷ୍ମୀ ବସ୍' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି:ଆସନ୍ତାକାଲି(ଗୁରୁବାର) 'ଲକ୍ଷ୍ମୀ ବସ୍' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ କଂଗ୍ରେସ ପକ୍ଷରୁ ତେଜିଛି ବିରୋଧ । ଗୁରୁବାର ଠାରୁ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ 'ଲକ୍ଷ୍ମୀ ବସ୍' ଯୋଜନାରେ ବସ୍ ଚଳାଚଳ ଆରମ୍ଭ କରିବ । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାରେ 'ଲକ୍ଷ୍ମୀ ବସ୍' ଗଡିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମାଲକାନଗିରି ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।


'ଲକ୍ଷ୍ମୀ ବସ୍' ଯୋଜନା ଅନୁଯାୟୀ ବସ୍ ଗୁଡିକ ପଞ୍ଚାୟତରୁ ବ୍ଳକ ଓ ବ୍ଳକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବ । ସୋମବାର 5ଟି ସଚିବ ଭି.କେ. ପାଣ୍ଡିଆନ ବସ୍ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । "ଏହି ଯୋଜନାରେ ପିଲାଙ୍କ ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ ଶକ୍ତି ମହିଳାଙ୍କ ଯାଏଁ ସମସ୍ତେ ଉପକୃତ ହେବେ । ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ । ଚାଷୀ ତାର ଉତ୍ପାଦିତ ଦ୍ରବ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ । ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ । ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ । ଏହା ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ" କହିଛନ୍ତି ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ୧୫ ରୁ ୨୦ ହଜାର ଲୋକଙ୍କ ସମାଗମ ହେବ ବୋଲି କହିଛନ୍ତି ବିଜେଡି ନେତା । ସେପଟେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି, "ଏହି କାର୍ଯ୍ୟକ୍ରମ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ରଖିଛି ଏବଂ ସୁରକ୍ଷା ଉପରେ ନିଜେ ଏସପି ନଜର ରଖିଛନ୍ତି ।"


ମାଲକାନଗିରି ଜିଲ୍ଲାରେ ୧୧୧ଟି ପଞ୍ଚାୟତ ମଧ୍ଯରୁ ୧୦୫ଟି ପଞ୍ଚାୟତକୁ ଏହି ଲକ୍ଷ୍ମୀ ବସ ଚଳାଚଳ କରିବ । ଅନ୍ୟ ୬ଟି ପଞ୍ଚାୟତର ଯାତାୟତ ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ସେହି ସବୁ ଯାଗାକୁ ଏହି ବସ୍ ଯାଇ ପାରିବନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମାଲକାନଗିରି ଜିଲ୍ଲା ବିଜେଡି ଦାୟିତ୍ବରେ ଥିବା କ୍ୟାପ୍ଟେନ ଦିବ୍ୟ ଶଙ୍କରଙ୍କ ସହ ବହୁ ବିଜେଡି ନେତା ୨ ଦିନ ଆଗରୁ ମାଲକାନଗିରିରେ ଡେରା ପକାଇବା ସହ କିଭଳି ଜିଲ୍ଲାର କାର୍ଯ୍ଯକର୍ତ୍ତାଙ୍କ ସହ ବାରମ୍ବାର ବୈଠକ କରିଛନ୍ତି । ଆଜି ପ୍ରଣବ ପ୍ରକାଶ ଦାସଙ୍କ ସହ ବିଜେଡିର ଏକ ଟିମ୍ ମାଲକାନଗିରି ଷ୍ଟାଡିୟମ ଠାରେ ଆୟୋଜନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଜାଗା ବୁଲି ଦେଖିଛନ୍ତି । ମାଲକାନଗିରିର ସହରର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ହୋଡିଂ ଲାଗିବା ସହ ବିଜେଡି ପତାକା ଚାରିଆଡେ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...LAccMI Scheme: ‘ଲକ୍ଷ୍ମୀ ବସରେ ମିଳିବ ସୁରକ୍ଷା, ସୁବିଧା ଓ ସମ୍ମାନ’

ଅପରପକ୍ଷେ ଏହାକୁ ପ୍ରତିବାଦ କରି 5ଟି ସଚିବ ଓ ସରକାରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି କଂଗ୍ରେସ।" 5ଟି ସଚିବ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି ତାହା ରାଜ୍ୟବାସୀ ପୂରଣ କରିବାକୁ ଦେବେ ନାହିଁ । ଏହି ଯୋଜନାର ଶୁଭାରମ୍ଭ ନାଁରେ କୋଟି କୋଟି ସରକାରୀ ଅର୍ଥ ଖର୍ଚ୍ଚ କରୁଛନ୍ତି । ପୂର୍ବରୁ ମଧ୍ୟ ଏପରି ଅନେକ ଯୋଜନାରେ ବସ ସେବା ଆରମ୍ଭ ହୋଇଥିଲେ ମଧ୍ୟ ଏବେ ସେହି ବସ ଗୁଡିକ ଖତ ଖାଉଛି"ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର । ସେପଟେ ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମି କହିଛନ୍ତି," ବିରୋଧୀମାନେ ସବୁବେଳେ ବିରୋଧ କରିଆସୁଛନ୍ତି । କିନ୍ତୁ ବସ ସେବା ଯୋଗୁ ଲୋକେ ସହଜରେ ଯାତାୟତ କରିପାରିବେ।"

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details