ଓଡିଶା

odisha

ETV Bharat / state

ଏସ. ମୁରଲୀଧରଙ୍କ ଦ୍ବାରା ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ - କୁଡୁମୁଲୁଗୁମ୍ମା ଅଦାଲତ କୁ ଉଦଘାଟନ କଲେ ଏସ. ମୁରଲୀଧର

କୁଡୁମୁଲୁଗୁମ୍ମାରେ ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଉଦଘାଟନ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ. ମୁରଲୀଧର । ଅଧିକ ପଢନ୍ତୁ

ଏସ. ମୁରଲୀଧରଙ୍କ ଦ୍ବାରା ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ
ଏସ. ମୁରଲୀଧରଙ୍କ ଦ୍ବାରା ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ

By

Published : Jan 20, 2022, 12:33 PM IST

ମାଲକାନଗିରି : କୁଡୁମୁଲୁଗୁମ୍ମାରେ ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଉଦଘାଟନ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ. ମୁରଲୀଧର । ଏହି ଅବସରରେ ଦୌରା ଜଜ ସୁଶ୍ରୀ ରେଖା କହିଛନ୍ତି କୁଡୁମୁଲୁଗୁମ୍ମା ଭଳି ଏକ ଆଦିବାସୀ ଅବିକଶିତ ଅଞ୍ଚଳରେ ଏହି ଅଦାଲତ ସ୍ଥାପିତ ହେବା ପରେ କୁଡୁମୁଲୁଗୁମ୍ମାର ବହୁତ ଦିନର ସ୍ବପ୍ନ ସାକାର ହୋଇଛି ।

ଏସ. ମୁରଲୀଧରଙ୍କ ଦ୍ବାରା ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ

ଯାହା ଫଳରେ ଶହଶହ ଦୁର୍ଗମ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ବଣ୍ଡା ଓ ଦୀଦାୟୀ ବର୍ଗର ଆଦିମ ଅଧିବାସୀମାନେ ବହୁତ ଉପକୃତ ହୋଇପାରିବେ । କୁଡୁମୁଲୁଗୁମ୍ମାରେ ଅଦାଲତର ଉଦଘାଟନ ପରେ ଏହି ଅ°ଚଳରେ ଖୁସିର ବାତାବରଣ ଖେଳି ଯାଇଛି ।

ଉଦଘାଟନୀ ଉତ୍ସବରେ ମାଲକାନଗିରି ଜିଲ୍ଲା ଦୌରା ଜଜ୍ ସୁଶ୍ରୀ ରେଖା ପ୍ରସାଦ, ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଶ୍ୱ ରଞ୍ଜନ ବେହେରା, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁମନ୍ତ କୁମାର ପଟ୍ଟନାୟକ, ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ, ଅତିରିକ୍ତ ଏସ୍.ପି ବଳଭଦ୍ର ଦୀପ, ଏସ.ଡି.ପି.ଓ ଅଂଶୁମାନ ଦ୍ବିବେଦୀ, ଆଇ.ଆଇ.ସି ଜନ୍ କୁଜୁର,ଆଇ.ଆଇ.ସି ହିମାଂଶୁ ଶେଖର ବାରିକ,କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ ମାଣ୍ଡାଙ୍ଗୀ, ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା, ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ଷଢଙ୍ଗୀ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details