ଓଡିଶା

odisha

ETV Bharat / state

ଉପାନ୍ତରେ କିଡନୀ ଚିକିତ୍ସା; ପୋଡା ଲେମ୍ବୁ ରସ ଦେଉଛି ନୂଆ ଜୀବନ - ପୋଡା ଲେମ୍ବୁ ରସରେ କିଡନୀ ଚିକିତ୍ସା

ହାତରେ କିଡନୀ ରୋଗର ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ରିପୋର୍ଟ । ହେଲେ ଚିକିତ୍ସା ପାଇଁ ଏମାନେ ଆଧୁନିକ ଅସ୍ତ୍ରୋପଚାର ବଦଳରେ ନେଉଛନ୍ତି ଘରୋଇ ଉପଚାର । ଦେଖନ୍ତୁ ଘରୋଇ ଉପଚାରରେ କିଡନୀ ରୋଗର ସ୍ବତନ୍ତ୍ର ରିପୋର୍ଟ...

ଫଟୋ ସୌଜନ୍ୟ : ସମ୍ବାଦଦାତା, ମାଲକାନଗିରି

By

Published : Nov 3, 2019, 2:50 PM IST

Updated : Nov 3, 2019, 7:42 PM IST

ମାଲକାନଗିରି: ଦିନକୁ ଦିନ ରାଜ୍ୟରେ ବ୍ୟାପୁଛି କିଡନୀ ରୋଗୀଙ୍କ ସଂଖ୍ୟା । ଯାହାର ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା । କିନ୍ତୁ ଏଠି ଘରୋଇ ଉପଚାରରେ ହୋଇପାରୁଛି ଏହି ମାରାତ୍ମକ ରୋଗର ଚିକିତ୍ସା । ତାହା ପୁଣି ମାଗଣାରେ । ଠିକ୍ ଶୁଣିଲେ ଆପଣ, ଏମିତି ଏକ ଚିକିତ୍ସା ସେବା ଚାଲିଛି ଉପାନ୍ତ ମାଲକାନଗିରି ଏମ.ଭି.୧୦୪ ଗାଁରେ । ଯେଉଁଠି ଘରୋଇ ଉପଚାର ପାଇଁ ପ୍ରତିଦିନ ଲାଗୁଛି କିଡନୀ ରୋଗୀଙ୍କ ଭିଡ ।

ପୋଡା ଲେମ୍ବୁ ରସ ଦେଉଛି ନୂଆ ଜୀବନ

ଏମ.ଭି.୧୦୪ ଗାଁର ବଙ୍ଗୀୟ ମହିଳା ତରୁଲତା ସରକାର । ପେଶାରେ ସେ କୌଣସି ଡାକ୍ତର ନୁହଁନ୍ତି । ହେଲେ ଘରୋଇ ଉପଚାରରେ ସେ କରୁଛନ୍ତି କିଡନୀ ରୋଗୀଙ୍କ ଚିକିତ୍ସା । ଆଉ ଏହି ଚିକିତ୍ସା ପାଇଁ ତାଙ୍କୁ ମା' କାଳୀଙ୍କ ସ୍ବପ୍ନାଦେଶ ହୋଇଥିଲା । ଘଟଣାଟି ଏମିତି । ତରୁଲତାଙ୍କ ବାପା ଖୋଦ୍ ଜଣେ କିଡନୀ ରୋଗୀ । ପଇସା ଦେଇ ବାପାଙ୍କୁ ଭଲ କରିବାକୁ ଅକ୍ଷମ ତରୁଲତାଙ୍କୁ ହୁଏ ମା' କାଳୀଙ୍କ ସ୍ବପ୍ନାଦେଶ । ଏହା ପରେ ସେ ପୋଡା ଲେମ୍ବୁର ରସକୁ ମା' କାଳୀଙ୍କ ପାଖରେ ଅର୍ପଣ କରି ନିଜ ବାପାଙ୍କୁ ପିଇବାକୁ ଦେଇଥିଲେ । ଏହି ଚିକିତ୍ସା ପରେ ତାଙ୍କ ବାପା ଭଲ ହେଉଥିବା ସେ କହିଛନ୍ତି ।

ଧୀରେ ଧୀରେ ଚାରୁଲତାଙ୍କ ଏହି ଚିକିତ୍ସା ସେବା ଲୋକଲୋଚନକୁ ଆସିଥିଲା । ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସୁଛନ୍ତି । ତାଙ୍କର ଏହି ଔଷଧୀୟ ଚିକିତ୍ସା ସେମାନଙ୍କୁ ସୁସ୍ଥ କରୁଥିବା କହିଛନ୍ତି । ଏହି ଚିକିତ୍ସା ପାଇଁ ସେ କୌଣସି ରୋଗୀଙ୍କ ଠାରୁ ପଇସା ନେଉନଥିବାବେଳେ କେବଳ ମଙ୍ଗଳବାର ଓ ଶନିବାର ସେ ଏହି ଔଷଧ ଦେଇଥାନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଚିକିତ୍ସା ପାଇଁ ଖର୍ଚ୍ଚ ହୁଏ ଲକ୍ଷ ଲକ୍ଷ ଟଙ୍କା ସେଠି ସତରେ କଣ ସାମାନ୍ୟ ପୋଡା ଲେମ୍ବୁ ରସରେ ଭଲ ହେଉଛି କିଡନୀ ରୋଗ । ନା ଏହା ମା କାଳୀଙ୍କ ଚମତ୍କାରିତା ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Nov 3, 2019, 7:42 PM IST

ABOUT THE AUTHOR

...view details