ଓଡିଶା

odisha

ETV Bharat / state

ମାଫିଆଙ୍କ ସହ ହାତ ମିଳାଇ ମାଲାମାଲ ହେଉଥିଲେ ASI, ବାନ୍ଧିଲା ପୋଲିସ - କର୍ତ୍ତନପାଲି ଫାଣ୍ଡି ଏଏସଆଇ ଗିରଫ

ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ଥିବା ନେଇ କର୍ତ୍ତନପାଲି ଫାଣ୍ଡି ASIଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମାଲକାନଗିରି ପୋଲିସ । ଅଧିକ ପଢନ୍ତୁ

ASIଙ୍କ ଗଞ୍ଜେଇ କାରବାର ନିଶା, ଗିରଫ ପରେ ହେଲେ କୋର୍ଟ ଚାଲାଣ
ASIଙ୍କ ଗଞ୍ଜେଇ କାରବାର ନିଶା, ଗିରଫ ପରେ ହେଲେ କୋର୍ଟ ଚାଲାଣASIଙ୍କ ଗଞ୍ଜେଇ କାରବାର ନିଶା, ଗିରଫ ପରେ ହେଲେ କୋର୍ଟ ଚାଲାଣ

By

Published : Mar 13, 2022, 9:51 AM IST

ମାଲକାନଗିରି: ପୁଣି ଖାକିରେ ଲାଗିଲା ଦାଗ । ଅପରାଧିକୁ ଧରିବା ବଦଳରେ ଅପରାଧର ରାସ୍ତା ବାଛିଥିଲେ ପୋଲିସ ବାବୁ । ରାତାରାତି ମାଲେମାଲ ହେବା ପାଇଁ ଖୋକି ପୋଷାକ ପିନ୍ଧି ଗଞ୍ଜେଇ ମାଫିଆଙ୍କ ସହ ହାତ ମିଳାଇଥିଲେ ପୋଲିସ ଏଏସଆଇ | ଶେଷରେ ନିଜ ବିଭାଗ ହିଁ ତାଙ୍କୁ ଗିରଫ କରିଛି । ମାଥିଲି ଥାନା କର୍ତ୍ତନପାଲ୍ଲୀ ଫାଣ୍ଡି ଏଏସ୍‌ଆଇ ଜୟଦାଶ ଖରାଙ୍କୁ ପୋଲିସ ଗିରଫ କରିଛି । ୪୨୦ କେଜି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଏଏସ୍‌ଆଇ ଜୟଦାଶ ଖରାଙ୍କ ସମେତ ଅନ୍ୟ ୩ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ପୋଲିସ ତରଫରୁ ସୂଚନା ମିଳିଛି ।

ସୂଚନାନୁଯାୟୀ ମାଲକାନଗିରି ସହରର ଏକ ଅଜ୍ଞାତ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ରଖି ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ପଠାଇବା ପାଇଁ ଗଞ୍ଜେଇ ମାଫିଆ ଯୋଜନା ଚଳାଇଥିଲେ । ଏଥି ପାଇଁ ସେମାନଙ୍କୁ ସହଯୋଗ କରୁଥିଲେ ଏଏସ୍‌ଆଇ ଜୟଦାଶ ଖରା । ଏନେଇ ଖବର ପାଇ ବିଳମ୍ବିତ ରାତିରେ ଛତିଶଗଡ ସୀମାନ୍ତରେ ପୋଲିସ ପହଞ୍ଚି ଗଞ୍ଜେଇ ଚୋରା ଚାଲାଣକାରୀ ଗ୍ୟାକେଟ୍‌ର ପର୍ଦ୍ଦାଫାସ କରିଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ଏଏସଆଇଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଏହି ଗଞ୍ଜେଇ ଚାଲାଣର ପର୍ଦ୍ଦଫାସ କରିବା ପାଇଁ ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର ଏବଂ ଅଂଶୁମାନ ଦ୍ବିବେଦୀ ମାଷ୍ଟର ପ୍ଲାନ୍ କରିଥିଲେ । ଏଥି ପାଇଁ ଏଏସ୍‌ଆଇଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଥିଲେ । କିନ୍ତୁ ଶେଷରେ ଏହି ଜାଲରେ ଫସି ଜଯାଇଥିଲେ ASI । ପୋଲିସ ଘଟଣାସ୍ଥଳରୁ ୪୨୦ କେଜି ଗଞ୍ଜେଇ ନଗଦ ୧୦ ହଜାର ଟଙ୍କା , ଗୋଟିଏ ଲ୍ୟାପ୍‌ଟପ୍‌ , ଗୋଟିଏ କାର୍ , ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଥିବା ସୂଚନା ମିଳିଛି ।

ଚୋରା ଚାଲାଣରେ ସଂପୃକ୍ତ ASIଙ୍କ ସହ ଗିରଫ ତିନି ଗଞ୍ଜେଇ ମାଫିଆ ହେଉଛନ୍ତି କାଲିମେଳା ଥାନା ଅଞ୍ଚଳର ସୁକାନ୍ତ ମିସ୍ତ୍ରୀ , ମିଲନ ମଣ୍ଡଳ ଏବଂ ଜ୍ୟୋତି ହୀରା । ଏଏସ୍‌ଆଇ ଜୟଦାଶ ଖରା କେବେ ଠାରୁ ଗଞ୍ଜେଇ ବ୍ୟବସାୟରେ ସଂପୃକ୍ତ ସେ ନେଇ ପୁଲିସ ଅଧିକ ଯାଞ୍ଚ କରୁଛି । ଏହା ପୂର୍ବର ଏଏସଆଇ ଖରାଙ୍କ ନାମରେ ଗଞ୍ଜେଇ ଚାଲାଣରେ ସଂପୃକ୍ତି ଥିବା ବହୁ ବାର ଅଭିଯୋଗ ମଧ୍ୟ ହୋଇଆସୁଥିଲା ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details