ଓଡିଶା

odisha

ETV Bharat / state

ଡାକ୍ତରଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ - malkangiri kalimela strike

ମାଲକାନଗିରିର କାଲିମେଳାରେ ଜଣେ ଡାକ୍ତରଙ୍କ ନିଳମ୍ବନ ଆଦେଶକୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର କରିବା ଦାବିରେ ସବୁ ରାଜନୈତିକ ଦଳ ପକ୍ଷରୁ ସୋମବାର ବନ୍ଦ ଡାକରା ଦିଆଯାଇଛି।

kalimela strike
କାଲିମେଳା ବ୍ଲକରେ ବନ୍ଦ ଡାକରା

By

Published : Dec 16, 2019, 5:23 PM IST

ମାଲକାନଗିରି: ଡାକ୍ତରଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ଦାବିରେ ବନ୍ଦ ଡାକରା । ମାଲକାନଗିରିର କାଲିମେଳାରେ ଜଣେ ଡାକ୍ତରଙ୍କ ନିଲମ୍ବନ ଆଦେଶକୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର କରିବା ଦାବିରେ ସବୁ ରାଜନୈତିକ ଦଳ ପକ୍ଷରୁ ସୋମବାର କାଲିମେଳା ବ୍ଲକରେ ବନ୍ଦ ଡାକରା ଦିଆଯାଇଛି ।

ଡାକ୍ତର ମୁକ୍ତିକାନ୍ତ ମଲ୍ଲିକ ଜଣେ ରୋଗୀଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ କରି ସମ୍ପୃକ୍ତ ଡାକ୍ତରଙ୍କୁ ଚାକିରୀରୁ ନିଳମ୍ବନ କରିଥିଲେ । ହେଲେ ପଛୁଆ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି କୌଣସି ଡାକ୍ତର ଆସୁ ନଥିବା ବେଳେ ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ଲାଗି ସ୍ଥାନୀୟ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

କାଲିମେଳା ବ୍ଲକରେ ବନ୍ଦ ଡାକରା

ଜିଲ୍ଲାପାଳ ଏହି ଆଦେଶ ପ୍ରତ୍ୟାହାର ନକରିବାରୁ ଲୋକେ ଦୋକାନ ବଜାର ବନ୍ଦ କରିବା ସହ ବ୍ଲକ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ପରେ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଆଉ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେବା ଲାଗି ପ୍ରତିଶ୍ରୃତି ଦେଇଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details