ଓଡିଶା

odisha

By

Published : May 23, 2022, 4:49 PM IST

ETV Bharat / state

OPTCLର ମନମାନି ! 4ବର୍ଷ ପୂର୍ବେ ସରିଲାଣି ଗ୍ରିଡ୍ କାମ, ଏଯାଏଁ 2 ଲକ୍ଷ ଲୋକଙ୍କ ଘର ଅନ୍ଧାର

ଲୋ ଭୋଲ୍ଟେଜ, ବାରମ୍ବାର ବିଦ୍ୟୁତ୍ କାଟ୍ ଭଳି ସମସ୍ୟାରେ ଯୁଝି ହେଉଛନ୍ତି କାଲିମେଳା ଓ ପଡିଆ ଅଞ୍ଚଳର ଦୁଇ ଲକ୍ଷ ବିଦ୍ୟୁତ ଉପଭୋକ୍ତା । ଗ୍ରୀଡ୍ କାମ ସରି ଚାରି ବର୍ଷ ବିତିଲାଣୀ ହେଲେ ଚାର୍ଯ କରି ବିଦ୍ୟୁତ୍ ବିଭାଗକୁ ହସ୍ତାନ୍ତର କରୁନି ଓପିଟିସିଏଲ୍(OPTCL) । ଏଭଳି ଅଭିଯୋଗ ଆଣିଛନ୍ତି ବିଦ୍ୟୁତରୁ ବଞ୍ଚିତ ଉପଭୋକ୍ତା । ଅଧିକ ପଢନ୍ତୁ

ଚାରି ବର୍ଷ ପୂର୍ବେ ସରିଲାଣି ଗ୍ରିଡ୍ କାମ, OPTCLର ମନମାନି ଯୋଗୁଁ ବିଦ୍ୟୁତ ସେବାରୁ ବଞ୍ଚିତ  ଉପଭୋକ୍ତା
ଚାରି ବର୍ଷ ପୂର୍ବେ ସରିଲାଣି ଗ୍ରିଡ୍ କାମ, OPTCLର ମନମାନି ଯୋଗୁଁ ବିଦ୍ୟୁତ ସେବାରୁ ବଞ୍ଚିତ ଉପଭୋକ୍ତା

ମାଲକାନଗିରି:ଗ୍ରୀଷ୍ମର ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳିଗୁଳି ସହ ଘନଘନ ବିଜୁଳିକାଟ, ଯାହା ଲୋକଙ୍କୁ ଅଣନିଶ୍ବାସୀ କରିଦେଉଛି । ହେଲେ ବିଜୁଳିର ଦେଖା ନାହିଁ । ଫଳରେ ଲୋ ଭୋଲ୍ଟେଜ, ବାରମ୍ବାର ବିଦ୍ୟୁତ୍ କାଟ ଓ ଅସହ୍ୟ ଗରମରେ ଯୁଝି ହେଉଛନ୍ତି ମାଲକାନଗିରି କାଲିମେଳା ଓ ପଡିଆ ଅଞ୍ଚଳ ବିଦ୍ୟୁତ ଉପଭୋକ୍ତା । ଗ୍ରୀଡ୍ କାମ ସରି ଚାରି ବର୍ଷ ବିତିଥିବା ବେଳେ ଚାର୍ଯ କରି ବିଦ୍ୟୁତ୍ ବିଭାଗକୁ ଓପିଟିସିଏଲ୍ (OPTCL) ହସ୍ତାନ୍ତର କରୁନଥିବା ଅଭିଯୋଗ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ।

ଚାରି ବର୍ଷ ପୂର୍ବେ ସରିଲାଣି ଗ୍ରିଡ୍ କାମ, OPTCLର ମନମାନି ଯୋଗୁଁ ବିଦ୍ୟୁତ ସେବାରୁ ବଞ୍ଚିତ ଉପଭୋକ୍ତା

ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ 2016 ମସିହାରେ ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ବିଭାଗ ପକ୍ଷରୁ କାଲିମେଳା ଠାରେ ରାଜିବ ଜ୍ୟୋତି ଯୋଜନାରେ 46 କୋଟି ବ୍ୟୟରେ ଓପିଟିସିଏଲ୍ ଦ୍ବାରା ଆରମ୍ଭ କରାଯାଇଥିଲା ଗ୍ରୀଡ୍ କାମ । ଏହି ଗ୍ରୀଡଟି ମାର୍ଚ୍ଚ 1019 ମସିହାରେ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାର୍ଯ କରାଯାଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ ଦିଆଯାଇନାହିଁ । ଯାହା ଫଳରେ ଏହି ଅଞ୍ଚଳର ଦୁଇ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଲୋ ଭୋଲ୍ଟେଜ, ବାରମ୍ବାର ବିଦ୍ୟୁତ୍ କାଟ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ଓପିଟିସିଏଲ୍ ର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ଅନ୍ୟପଟେ ବିଦ୍ୟୁତ ବିଭାଗର ନିର୍ବାହି ଯନ୍ତ୍ରୀଙ୍କୁ ପଚାରିବାରୁ ବନ ବିଭାଗର ମଞ୍ଜୁରି ମିଳିବାରେ ବିଳମ୍ବ ହେଉଥିଲା କିନ୍ତୁ ବର୍ତମାନ ମଞ୍ଜୁରି ମିଳିଯାଇଥିବାରୁ ଗ୍ରିଡ୍ ର ଟେଷ୍ଟିଂ କାମ ଆରମ୍ଭ କରାଯାଇଛି ଏଣୁ ଏହା ଆସନ୍ତା ଜୁଲାଇ ମାସ ପ୍ରଥମ ସପ୍ତାହ ସୁଧା ଆରମ୍ଭ କରାଯିବ ବୋଲି ଓପିଟିସିଏଲର କର୍ତ୍ତୃପକ୍ଷ ସୂଚନା ଦେଇଥିବା ସେ କହିଛନ୍ତି । ଏହି ଗ୍ରିଡ୍ ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ଏବଂ ଏହାର ଉଦଘାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯିବ କହିଛନ୍ତି ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି । ଯେଉଁ କାମ ଦିର୍ଘ ଚାରିବର୍ଷ ହେଲା ସରିପାରିନି ଆସନ୍ତା ଜୁଲାଇ ମାସ ତଥା ଦୁଇ ମାସ ମଧ୍ୟରେ ସତରେ ଏହା ଲୋକଙ୍କ କାର୍ଯ୍ୟର ଆସିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

ମାଲକାନଗିରିରୁ ପଞ୍ଜାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details