ମାଲକାନଗିରି:କଳାହାଣ୍ଡିରେ ଅଟକ ରହିଲେ ମାଲକାନଗିରି ଡିଏସପି । ମାଲକାନଗିରି ସଦର ଥାନା ଡିଏସପି ଅକ୍ଷୟ ନାୟକଙ୍କୁ ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ଓ ପ୍ରତାରଣା ସହିତ ବ୍ଲାକମେଲିଂ କରିବା ଅଭିଯୋଗରେ ଅଟକ ରଖିଛି କଳାହାଣ୍ଡି ପୋଲିସ ।
ମିଳିଥିବା ସୂଚନା ମୁତାବକ, ଜଣେ ବିବାହିତା ମହିଳା କନଷ୍ଟେବଳ ସହ ପ୍ରେମ, ପ୍ରତାରଣା ଓ ବ୍ଲାକମେଲିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ମହିଳା କନଷ୍ଟେବଳ ଜଣଙ୍କ କେସିଙ୍ଗା ଥାନାରେ କାର୍ଯ୍ୟରତ ଅଛନ୍ତି।