ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କୁ ପୋଲିସ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ପୋଲିସକୁ ନିଲମ୍ବିତ ଦାବିରେ ସାମ୍ବାଦିକଙ୍କ ଧାରଣା - ସାମ୍ବାଦିକଙ୍କୁ ପୋଲିସ ମାଡ଼ ମାରିବା ଘଟଣା

ସାମ୍ବାଦିକଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ଗୁରୁବାର ମାଲକାନଗିରି ସାମ୍ବାଦିକମାନେ ଧାରଣା ଦେଇଛନ୍ତି  । ଅଧିକ ପଢନ୍ତୁ...

journalist strike in malkangir
ସମ୍ପୃକ୍ତ ପୋଲିସକୁ ନିଲମ୍ବିତ ଦାବିରେ ସାମ୍ବାଦିକଙ୍କ ଧାରଣା

By

Published : Feb 6, 2020, 2:47 PM IST

ମାଲକାନଗିରି: ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ମାଲକାନଗିରି ସାମ୍ବାଦିକଙ୍କ ଧାରଣା । ସାମ୍ବାଦିକଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ଗୁରୁବାର ମାଲକାନଗିରି ସାମ୍ବାଦିକମାନେ ଧାରଣା ଦେଇଛନ୍ତି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସମ୍ବାଦଦାତା ପ୍ରସାଦ ନାୟକ ଗତ ବୁଧବାର ନିଜ ପରିବାର ସହ ଖଇରପୁଟ ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା ଦାମଲଦେଇଙ୍କ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ସେଠାରେ ନିୟୋଜିତ ଥିବା ଖଇରପୁଟ ପୋଲିସର ଏସଆଇପି.ଏସ ସାଙ୍ଗମା ଗାଡି ପାର୍କିଙ୍ଗକୁ ନେଇ ପ୍ରସାଦ ନାୟକଙ୍କୁ ତାଙ୍କ ପରିବାର ସମ୍ମୁଖରେ ଦୁର୍ବ୍ୟବହାର କରିବା ସହ ତାଙ୍କୁ ମାଡ଼ ମାରିଥିଲେ ।

ସମ୍ପୃକ୍ତ ପୋଲିସକୁ ନିଲମ୍ବିତ ଦାବିରେ ସାମ୍ବାଦିକଙ୍କ ଧାରଣା

ଯାହାକୁ ନେଇ ଗୁରୁବାର ମାଲକାନଗିରି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘର ସାମ୍ବାଦିକମାନେ ସମ୍ପୃର୍କ୍ତ ପୋଲିସ ଅଧିକାରୀଙ୍କ ନିଲମ୍ବିତ ସହ ଗିରଫ ଦାବିରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଯେପର୍ଯ୍ୟନ୍ତ ସମ୍ପୃର୍କ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ସହ ଗିରଫ କରାଯାଇନାହିଁ , ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବା ସହ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବହିଷ୍କାର କରାଯିବ ବୋଲି ସମସ୍ତ ସାମ୍ବାଦିକ ଚେତାବନୀ ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details