ଓଡିଶା

odisha

ETV Bharat / state

ଯବାନଙ୍କୁ ସଲାମ, ଗୁରୁତର ନକ୍ସଲକୁ କାନ୍ଧରେ ବୋହି ପହଞ୍ଚାଇଲେ ହସ୍ପିଟାଲ

ସତରେ ସାଲ୍ୟୁଟ୍‌ ଯବାନ । ତାଙ୍କ ପାଇଁ ସବୁ ମଣିଷ ସମାନ । ସାଧାରଣ ମଣିଷର ଜୀବନ ତାଙ୍କ ପାଇଁ ଯେତିକି ମୂଲ୍ୟବାନ ଜଣେ ଗୁରୁତର ଆହତ ଥିବା ନକ୍ସଲର ଜୀବନ ବି ତାଙ୍କ ପାଇଁ ସେତିକି ମୂଲ୍ୟବାନ । ଯାହାର ଉଦାହରଣ ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ

By

Published : Sep 2, 2019, 5:58 PM IST

ମାଲକାନଗିରି: ସତରେ ସାଲ୍ୟୁଟ୍‌ ଯବାନ । ତାଙ୍କ ପାଇଁ ସବୁ ମଣିଷ ସମାନ । ସାଧାରଣ ମଣିଷର ଜୀବନ ତାଙ୍କ ପାଇଁ ଯେତିକି ମୂଲ୍ୟବାନ ଜଣେ ଗୁରୁତର ଆହତ ଥିବା ନକ୍ସଲର ଜୀବନ ବି ତାଙ୍କ ପାଇଁ ସେତିକି ମୂଲ୍ୟବାନ । ଯାହାର ଉଦାହରଣ ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦେଶ ପାଇଁ ନିଜ ଜୀବନକୁ ତୁଛ ଭାବି ଦେଶମାତୃକାର ସେବା କରୁଥିବା ଯବାନ ଏଠାରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଯେଉଁ ନକ୍ସଲ ରୂପୀ ଶତ୍ରୁ ଯବାନଙ୍କ ଜୀବନ ନେବାଲାଗି ଲ୍ୟାଣ୍ଡମାଇନ ବିଛାଉଥିଲେ ତାକୁ ବଞ୍ଚାଇଛନ୍ତି । ଜଙ୍ଗଲ ରାସ୍ତାରେ ଭାରରେ ବୋହି ଡାକ୍ତରଖାନା ନେଇଛନ୍ତି । ଆଉ ସମାଜର ମୁଖ୍ୟସ୍ରୋତର ମୂଲ୍ୟବୋଧକୁ ନକ୍ସଲ ମାନଙ୍କୁ ଜଣାଇଛନ୍ତି ।

ଘଟଣା ଅନୁସାରେ, ସୁକୁମା ଜିଲ୍ଲାର ନାଗାଲଗୁଣ୍ଡା ଜଙ୍ଗଲରେ ଡିଆରଜି ଯବାନ କୁମ୍ବିଂ ଅପରେସନ କରୁଥିବାବେଳେ ଯବାନମାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଜଙ୍ଗଲ ରାସ୍ତାରେ ଲ୍ୟାଣ୍ଡମାଇନ ଲଗାଉଥିଲେ । ଯାହାର ନେତୃତ୍ବ ନେଇଥିଲେ ମାଓ ସଂଗଠନର ମିଲିଟାରି କ୍ୟାଡର ଭିମା ମାଡକାମୀ । ତେବେ ମାଟି ତଳେ ଏହି ଲ୍ୟାଣ୍ଡ ମାଇନ ଲଗାଇବା ସମୟରେ ହଠାତ୍ ଏହା ବିସ୍ଫୋରଣ ହୋଇଥିଲା । ଫଳରେ ଭିମା ମାଡକାମୀ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ ।

ବିସ୍ଫୋରଣର ଶବ୍ଦ ଶୁଣି ଯେତେବେଳେ ଯବାନ ମାନେ ସଜାଗ ହୋଇଥିଲେ ସେତେବେଳେ ଆହତ ସାଥୀକୁ ଛାଡି ନକ୍ସଲ ମାନେ ପଳାୟନ କରିଥିଲେ । ସେପଟେ ଗୁରୁତର ନକ୍ସଲର ଜୀବନ ବଞ୍ଚାଇବା ଲାଗି ଆଗେଇ ଆସିଥିଲେ ଡି ଆର ଜି ଯବାନ । ଆହତ ନକ୍ସଲକୁ ଭାରରେ ବୋହି ୪ କିଲୋମିଟର ରାସ୍ତା ଚାଲିବା ସହ ଅଣ୍ଟାଏ ପାଣିରେ ନଦୀ ପାର କରି ଡାକ୍ତରଖାନା ପହଞ୍ଚାଇଥିଲେ ।

ସୂଚନା ଅନୁସାରେ, ୨୦୦୭ ମସିହାରେ ମାଲକାନଗିରି ଜିଲ୍ଲାରେ ବେଶ ସକ୍ରିୟ ଥିବା ଭିମା ମାଡକାମୀଙ୍କ ମୁଣ୍ଡ ଉପରେ ଛତିଶଗଡ ପୋଲିସ ଗତ ବର୍ଷ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details