ମାଲକାନଗିରି:ଭୂମିହୀନ ସହରାଞ୍ଚଳ ବସ୍ତି ବାସିନ୍ଦା 'ଜାଗା ମିଶନ' ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବାକୁ ରାଜ୍ୟ ସରକାର 2017 ରେ ଜାଗା ମିଶନ ନାମରେ ଯୋଜନା ପ୍ରସ୍ତୁତ କରି ଆଇନ ପ୍ରଣୟନ କରିଛନ୍ତି l ହେଲେ ଭୂମିହୀନ ସହରୀ ବସ୍ତି ବାସିନ୍ଦା ସ୍ଥାୟୀ ଭାବରେ ରହି ଜୀବନଯାପନ କରିବାର ସୁଯୋଗ ପାଇ ପାରିନାହାନ୍ତି l ଆଇନରେ ଗୋଟିଏ ନିର୍ଦ୍ଦେଶନାମା ଥିବାବେଳେ ଆଉ ଗୋଟିଏ ମୂଲ୍ୟ ଧାର୍ଯ୍ୟ ହେଉଛି। ମାଲକାନଗିରି ଜିଲ୍ଲାରେ ରହିଛି ଗୋଟିଏ ଏନଏସି ଓ ଗୋଟିଏ ମୁନିସିପାଲିଟି । ଭୂମିହୀନ ବସ୍ତିବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଆଇନ ପ୍ରଣୟନ କରିଛନ୍ତି ସରକାର । ହେଲେ ଏହାର ସଫଳ ରୂପାୟନ ହୋଇପାରୁନି।
ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପ୍ରର୍ଯ୍ୟାୟରେ 2ହଜାର 432ଟି ଘର ସର୍ଭେ କରାଯାଇଥିଲା । ଏଥି ମଧ୍ୟରୁ 2ହଜାର 276ଜଣ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚନା ହେଲା। ସେମାନଙ୍କ ମଧ୍ୟରୁ 1ହଜାର 147ଜଣଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବାବେଳେ 1ହଜାର 130 ଜଣ ବର୍ତ୍ତମାନ ସୁଦ୍ଧା (LRC-Land Right Certificates ) ନେଇପାରିନାହାନ୍ତି । 2017ରେ ପ୍ରଣୟନ ହୋଇଥିବା ଆଇନ ଅନୁଯାୟୀ ସ୍ଥାନୀୟ ଜମିର ବେଞ୍ଚ ମାର୍କ ଭାଲୁଆସନର 25 ପ୍ରତିଶତ ଟଙ୍କା ପୈଠ କରି LRC ନେବାର ନିୟମ ରହିଛି । ମାଲକାନଗିରି ମୁନିସିପାଲିଟିରେ ବସବାସ କରୁଥିବା ବସ୍ତି ବାସିନ୍ଦା ଆର୍ଥିକ ଭାବେ ସ୍ଵଛଳ ନଥିବାରୁ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋବା ନେଇ ହିତାଧିକାରୀ ମାନେ ବେଶ ଖୁସି ହୋଇଥଲେ l ଆଉ ଏହି ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ବେଶ ପ୍ରଶଂସା ସାଉଁଟିଥିବାବେଳେ ମାଲକାନଗିରିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l