ମାଲକାନଗିରି:ଜିଲ୍ଲା ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ରଦ୍ଦ ହେଲା ଆନ୍ଧ୍ର କମ୍ପାନୀର Solvency ସାର୍ଟିଫିକେଟ୍ । କିଛିମାସ ତଳେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଆଜି ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି ।
ଆନ୍ଧ୍ରପ୍ରଦେଶର ଜଣେ ଠିକାଦାର୍ ଭୁଲ୍ ତଥ୍ୟ ଦେଇ କୋଟିଏ ଟଙ୍କାର Solvency ହାତେଇଥିବାର ଅଭିଯୋଗ ହେଇଥିଲା । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ ଟେଣ୍ଡର ବାକ୍ସକୁ ତିନିଦିନ ନିଜ ବାସଭବନରେ ରଖିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଜିଲ୍ଲାପାଳ ଏହାକୁ ସ୍ବୀକାର କରିଥିଲେ । ଏହି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉପଜିଲ୍ଲାପାଳ ଦେଇଥିବା solvency ସାର୍ଟିଫିକେଟ୍ କୁ ବର୍ତ୍ତମାନର ଜିଲ୍ଲାପାଳ ଭିଶାଲ୍ ସିଂହ ରଦ୍ଦ କରିଛନ୍ତି । ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଭାଗନେଇଥିବା ପୂର୍ବତନ ଲିଜ୍ ଧାରୀ ମାନେ କହିବା ଅନୁସାରେ ରଦ୍ଦ ହୋଇଥିବା ଲିଜ୍ ଧାରୀଙ୍କ solvency ସାର୍ଟିଫିକେଟର ପରବର୍ତ୍ତୀ ଯୋଗ୍ୟ ବିବେଚିତ ଲିଜ୍ ଧାରୀ ମାନଙ୍କୁ ଦେବାପାଇଁ ଦାବି କରିଛନ୍ତି ।