ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସ ଆଇ ଡବ୍ଲୁ ଡ଼ିଆଇଜି ଅନିରୁଦ୍ଧ ସିଂ ମାଲକାନଗିରି ଗସ୍ତରେ ଆସି ମାଓ ଦମନ ନେଇ ଏକ ରୁଦ୍ଧ ଦ୍ବାର ବୈଠକରେ ଯୋଗ ଦେଇଥିଲେ।
ଗତ 2 ଦିନ ତଳେ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଗ୍ରାମ ଜଙ୍ଗଲରେ ପୋଲିସ ନକ୍ସଲ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଏସଓଜି ଯବାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ଗୁଳିବିନିମୟରେ ଜଣେ ହାର୍ଡକୋର ନକ୍ସଲ କିଶୋରର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ନକ୍ସଲ ଗିରଫ ହୋଇଥିଲା। ତେବେ ଏହି ଗୁଳିବିନିମୟରେ ଅଂଶଗ୍ରହଣ କରିଥିବା ଏସଓଜି ଯବାନଙ୍କ ମନୋବଳ ଦୃଢ କରିବା ଓ ସେମାନଙ୍କୁ ସମ୍ମାନିତ କରିବା ନେଇ ଏହି ପଦାଧିକାରୀମାନେ ଗସ୍ତ କରିଥିବା ସୂଚନା ମିଳିଛି।