ମାଲକାନଗିରି: ଆଉ ମାତ୍ର ଦିନ କେଇଟା ପରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ପରୀକ୍ଷା ଯେତେ ପାଖଉଛି ରାଜନୈତିକ ଉଷ୍ଣତା ସେତେ ବଢୁଛି । ଭୋଟରଙ୍କୁ ହାତେଇବାକୁ ସବୁ ପ୍ରକାର କୌଶଳ ଆପଣେଇଲେଣି ଦଳର ନେତା । ପଡିଲାଣି ଉଠିଲାଣି ଗାଁ ଦାଣ୍ଡ । ମାଲକାନଗିରି ଜିଲ୍ଲାରେ ବି ବହୁଛି ନିର୍ବାଚନ ହାୱା । ଜିଲ୍ଲାରେ ଜୋରସୋର ଜମୁଛି ପ୍ରଚାର । ଏହାରି ଭିତରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି ।
ଜିଲ୍ଲାରେ ବାହାର ଜିଲ୍ଲା ନେତାଙ୍କ ପ୍ରଭାବ ହେତୁ ରହୁନି ବରିଷ୍ଠ ନେତାମାନଙ୍କ କଥା । ଦଳ ମଧ୍ୟରେ ଫାଟ, ଦଳୀୟ କର୍ମୀ ଜାଣିପାରୁନାହାନ୍ତି ତାଙ୍କ ଦଳର ନେତା କିଏ ? ଏଭଳି ପରିସ୍ଥିତିରେ ନିର୍ବାଚନ ବୈତରଣୀ କିଭଳି ପାର ହେବେ ଦଳୀୟ ପାର୍ଥୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ଲହରି ଚାଲିଥିବାବଳେ ପ୍ରତ୍ୟେକ ଜିଲ୍ଲାର ଦଳୀୟ ନେତୃତ୍ବବୃନ୍ଦ ଚେଷ୍ଟା କରନ୍ତି ଲୋକ ମତ କିଭଳି ନିଜ ନିଜ ଦଳକୁ ମିଳିବ ।
ଏପରି ପରିସ୍ଥିତିରେ ଦଳ ନିଜ ଅଞ୍ଚଳର ଜଣେ ବରିଷ୍ଠ ରାଜନୈତିକ ନେତାଙ୍କୁ ଦାୟିତ୍ବ ଦିଆଯାଇଥାଏ । ମାଲକାନଗିରି ଜିଲ୍ଲା ପାଇଁ ବିଜୁ ଜନତା ଦଳର ଦାୟିତ୍ବ ସାଲେପୁର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ଦିଆଯାଇଥିବାବେଳେ ଥିବା ସହ ଓଡିଶା ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ବରଚନ୍ଦ୍ର ପାଣିଗ୍ରାହୀ ଦଳର ସମସ୍ତ କଥା ବୁଝୁଛନ୍ତି ।
ବିଡେଡିର ହେବି ୱେଟ୍ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ତଥା ବବି ଭାଇଙ୍କ ପତିଆରା ମାଲକାନଗିରି ଜିଲ୍ଲାରେ ବହୁତ୍ ଥିବା ବିରୋଧୀ ଅନୁମାନ କରି ନିଜ ମତ ପ୍ରକାଶ କରିଛନ୍ତି । ବିଜେଡିର ଜିଲ୍ଲା ସଭାପତି ଭାବେ ନିଜେ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଥିବାବେଳେ ସେ ତାଙ୍କ ପରିବାରବାଦ ରାଜନୀତିରେ ସମୟ ଦେଉଥିବା ଦେଖିବାକୁ ମିଳିଛି । କାରଣ ବିଧାୟକଙ୍କ ପୁଅ ମହେସ୍ ବାକା ମାଥିଲି ବ୍ଲକ୍ ନାୟକ ଗୁଡା ପଞ୍ଚାୟତର ସମିତି ସଭ୍ଯପଦ ପାଇଁ ପାର୍ଥୀ ଥିବାବେଳ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ୍ ମାଥିଲି ଜୋନ୍ ୧ର ପାର୍ଥୀନୀ ରହିଛନ୍ତି । ଯାହାର ଦାୟିତ୍ବ ନବରଙ୍ଗପୁର ପୁର୍ବତନ ସାଂସଦ ପ୍ରଦୀପ ମାଝୀ ନେଇଛନ୍ତି । ସେ ମଧ୍ୟ ନବରଙ୍ଗପୁର ଜିଲ୍ଲାର ।
ସ୍ବତନ୍ତ୍ର ବିକାଶ ପରିଷଦ ଅଦକ୍ଷ ତଥା ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡକାମି ଦଳ ପାଇଁ ନିଜେ ପ୍ରଚାରକୁ ଓହ୍ଲାଇ ଥିବାବେଳେ ସେ ବି ଅନ୍ୟ ଜିଲ୍ଲାର ନେତାଙ୍କ ନିଷ୍ପତି ଉପରେ ନିର୍ଭର କରୁଥିବା କାରଣ ପାଇଁ ଦଳୀୟ ନେତା ମୁକୁଟ ବିହୀନ ନେତା ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି । ବିଜେଡିର ପୂର୍ବତନ ଚିତ୍ରକୁଣ୍ଡା ବିଧାୟକ ଡମ୍ବୁରୁ ସିସା, ମାଲକାନଗିରିର ପୁର୍ବତନ ବିଧାୟକ ମୁକୁନ୍ଦ ସୋଡି ଚୁପ୍ ରହିଥିବା ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି ବି ଚୁପ୍ ରହିଛନ୍ତି ।