ମାଲକାନଗିରି: ଆଜି(ରବିବାର) ମାଲକାନଗିରି ଗସ୍ତ କରିଛନ୍ତି ପୋଲିସ DG ଅଭୟ। ଅଭୟଙ୍କ ସହ ଅଛନ୍ତି IG ଅପରେସନ ଅମିତାଭ ଠାକୁର। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବରେ ନବନିର୍ମିତ ପୋଲିସ ଥାନାକୁ ଉଦଘାଟନ କରିଛନ୍ତି ଅଭୟ । ପରେ କାଲିମେଳା ଥାନା ଗସ୍ତ କରି ସେଠାରେ ବି ନବନିର୍ମିତ ଥାନା ଉଦଘାଟନ କରି ସ୍ଥିତି ପରଖି ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା।
ମାଲକାନଗିରି ଗସ୍ତରେ ପୋଲିସ ଡିଜି, ନୂତନ ପୋଲିସ ଷ୍ଟେସନ କଲେ ଉଦଘାଟନ - ମାଲକାନଗିରିରରେ ପୋଲିସ ଡିଜି
ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବରେ ନବନିର୍ମିତ ପୋଲିସ ଥାନାକୁ ଉଦଘାଟନ କରିଛନ୍ତି ପୋଲିସ DG ଅଭୟ । ପରେ କାଲିମେଳା ଥାନା ଗସ୍ତ କରି ସେଠାରେ ଏକ ନବନିର୍ମିତ ଥାନା ଉଦଘାଟନ କରି ସ୍ଥିତି ପରଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...
ପରେ ମାଲକାନଗିରି ସଦର ମହକୁମାରେ ପହଞ୍ଚି ମାଓ ସମୀକ୍ଷା କରିବା ସହ ବରିଷ୍ଠ ପୋଲିସ ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। 1992 ମସିହା ଅକ୍ଟୋବର 3 ତାରିଖରେ ଆଜିର ଦିନରେ ପୋଲିସ ଡିଜି ଅଭୟ ମାଲକାନଗିରିର SP ଭାବେ ଦାୟିତ୍ବ ନେଇଥିଲେ । ପୁଣି ଆଜି ଆସି ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଠାରେ ନୂତନ ଥାନା ଉଦଘାଟନ କରିବା ସହ ଡାକ୍ତର ଏବଂ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ।
ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ଖୁସି ସାବ୍ୟସ୍ତ କରିବା ସହ ମାଓବାଦୀ ମାନଙ୍କୁ ସମାଜର ମୁଖ୍ଯସ୍ରୋତରେ ସାମିଲ ହେବାକୁ ଆହ୍ଵାନ କରିଛନ୍ତି ଡିଜିପି ଅଭୟ । ଏପଟେ ଯୋଡ଼ାମ୍ବ ଥାନା ଉଦଘାଟନ ହୋଇଥିବାରୁ ବହୁତ ଖୁସି ଅନୁଭବ କରିଛନ୍ତି ଯୋଡ଼ାମ୍ବବାସୀ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ