ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ବଧୂ ହତ୍ୟା ଅଭିଯୋଗ, ଯୌତୁକ ମିଳିଲାନି ବୋଲି... - ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ହତ୍ଯା

ବଲାଙ୍ଗୀର ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ । ଶାଶୁ ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବାର ଅଭିଯୋଗ କରିଛି ମହିଳା ପରିବାର । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

By

Published : Apr 6, 2023, 10:59 PM IST

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ବଲାଙ୍ଗୀର: ଯୌତୁକ ଜୁଇରେ ଜଳିଗଲା ବଧୂ । ବଲାଙ୍ଗୀରୁ ପୁଣି ସାମ୍ନାକୁ ଆସିଲା ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କୁଆର ଗାଁରୁ ଏହି ଅଭିଯୋଗ ଆସିଛି । ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ପରେ ଆଜି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର । ମୃତକ ମହିଳା ଜଣକ ୨୫ ବର୍ଷିୟା କଳ୍ପନାମୟୀ ଷଡ଼ଙ୍ଗୀ ବୋଲି ଜଣାପଡିଛି । ସେ ଗତ ୨୦୧୮ ଏପ୍ରିଲରେ ସଇଁନ୍ତଲା ଥାନା କୁଆର ଗାଁର ଶୁଭ୍ରାଂଶୁ ତ୍ରିପାଠୀକୁ ବିବାହ କରିଥିଲେ ।

ବିବାହ ଦିନ ଠାରୁ ଶୁଭ୍ରାଂଶୁ ଓ ତାଙ୍କ ପରିବାର ଲୋକେ ଯୌତୁକ ପାଇଁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ନିର୍ଯାତନା ଦେଉଥିବା ଅଭିଯୋଗ କରି ଆସୁଥିଲେ ଝିଅର ପରିବାର ଲୋକେ । ଏପରିକି ଗତ ୨୦୨୦ରେ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ପରିବାର ଲୋକେ ସଇଁନ୍ତଲା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଯାହା ପରେ ଏପରି ପୁନଃ ନକରିବାକୁ ଥାନାରେ ପୁଅ ପରିବାର ଲୋକେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।

ହେଲେ କିଛି ମାସ ବିତିବା ପରେ ପୁଣି ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯାତନା ଆରମ୍ଭ ହୋଇଥିବା ନେଇ ଝିଅର ପରିବାର ଲୋକେ କହିଛନ୍ତି । ଆଜି ସକାଳୁ କଳ୍ପନାର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଶାଶୁ ଘରୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ସେପଟେ ଝିଅର ପରିବାର ଲୋକେ ସେଠାକୁ ଯାଇ ଝିଅର ମୃତଦେହ ଦେଖି ସନ୍ଦେହ କରିଥିଲେ । ଏହାପରେ ଝିଅକୁ ହତ୍ୟା କରା ଯାଇଥିବା ନେଇ ସଇଁତଳା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ସଇଁତଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ୍ ସୂଚନା ଦେଇଛି ।

ଝିଅର ଭାଉଜ ନୀତା ଷଡ଼ଙ୍ଗୀଙ୍କ କହିଛନ୍ତି, "ରୀତି ନୀତିରେ ତାଙ୍କ ନଣନ୍ଦଙ୍କ ବିବାହ ହୋଇଥିଲା । ସେ ସମୟରେ ସବୁ ସାମଗ୍ରୀ ସହ ଏକ ବାଇକ୍ ଯୌତୁକରେ ଦିଆ ଯାଇଥିଲା । ହେଲେ ବିବାହର କିଛି ଦିନ ମଧ୍ୟରେ ଶ୍ୱଶୁର ଘର ଲୋକେ ତାଙ୍କୁ ଆହୁରୀ ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏପରିକି ତାଙ୍କ ସ୍ଵାମୀ ତାଙ୍କୁ ମାରପିଟ କରୁଥିଲେ । ଯାହାକୁ ନେଇ ଗତ 2020ରେ ଏମାନେ ସଇଁତଳା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଏହା ସତ୍ତ୍ୱେ ସେମାନେ ନିର୍ଯାତନା ଦେବା ବନ୍ଦ କରି ନ ଥିଲେ । ଯୌତୁକ ନମିଳିବାରୁ ତାଙ୍କୁ ହତ୍ୟା କରାଯାଇଛି ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details