ଓଡିଶା

odisha

ETV Bharat / state

ପୋଖରୀ ଓ ଜଳାଶୟରେ ଡଙ୍ଗା ଭସାଇବା ନେଇ କଟକଣା, ମାଲକାନଗିରିରେ ୧୪୪ ଧାରା - kartik purnima

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆସନ୍ତାକାଲି(ସୋମବାର)ଡଙ୍ଗା ଭସେଇବା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗିବା ସହ 144 ଧାରା ଜାରି କରାଯାଇଛି ।

ଡଙ୍ଗା ଭସାଇବା ନେଇ କଟକଣା
ଡଙ୍ଗା ଭସାଇବା ନେଇ କଟକଣା

By

Published : Nov 29, 2020, 10:03 PM IST

ମାଲକାନଗିରି: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ସ୍ଥାନୀୟ ପୋଖରୀ ଓ ଜଳାଶୟ ଗୁଡିକରେ ଡଙ୍ଗା ଭସାଇବା କାର୍ଯ୍ୟକ୍ରମ ରହିଥିବାବେଳେ ଚଳିତବର୍ଷ ମହାମାରୀ କୋରାନା ସଂକ୍ରମଣ ଆଶଙ୍କାରେ ଏହା ଉପରେ କଟକଣା ଲଗାଇଛି ପ୍ରଶାସନ । ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆସନ୍ତାକାଲି(ସୋମବାର)ଡଙ୍ଗା ଭସେଇବା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗିବା ସହ 144 ଧାରା ଜାରି କରାଯାଇଛି ।

ମାଲକାନଗିରିରେ ଲାଗିଲା ୧୪୪ ଧାରା

କୌଣସି ବ୍ୟକ୍ତି ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ପ୍ରଶାସନ କହିଛି। ମାଲକାନଗିରି ସହରର ବାଲିସାଗର, ତଲସହି ବଡବନ୍ଧ, ବଣ୍ଡା ବାକୁଲି ବନ୍ଧ,ଦୁର୍ଗାଗୁଡି ସାହିବନ୍ଧରେ ଡଙ୍ଗା ଭସେଇବା ନେଇ 144 ଧାରା ଜାରି ହୋଇଛି।

ସେହିପରି ଜିଲ୍ଲାର କୋରୁକୋଣ୍ଡା, ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ମୋଟୁ, ଖଇରପୁଟ, ପଡିଆ ଏବଂ ଓରକେଲ ବନ୍ଧ ଓ ନଦୀ ଗୁଡିକରେ ଡଙ୍ଗା ନଭସେଇବା ନେଇ ଜିଲ୍ଲା ପ୍ରଶାସନ ତାଗିଦ କରିଛି। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଆଜି(ରବିବାର) ଡ଼ାକବାଜି ଯନ୍ତ୍ରରେ ପ୍ରଚାର ପ୍ରସାର କରାଯାଇଥିଲା।

ମାଲକାନଗିରିରୁ ଦେବଦର୍ତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details