ମାଲକାନଗିରି:ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଶତାଧିକ ମାଓ ସମର୍ଥକ । ଦିନେ ମାଓବାଦୀଙ୍କୁ ସମର୍ଥନ ଓ ସହଯୋଗ କରୁଥିବା ଏହି ଆଦିବାସୀମାନେ ଆଜି ମୁଖ୍ୟସ୍ରୋତକୁ ଫେରିବା ଲକ୍ଷ୍ୟରେ ସୁକମା ଏସ.ପି.ଙ୍କ ପାଖରେ ଏମାନେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ ପରେ ପୋଲିସ ମଧ୍ୟ ଏମାନଙ୍କୁ ସ୍ବାଗତ କରିଛି ।
ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ଲାଲବାହିନୀ ନିଜ କବଜାରେ ରଖିଥିବାବେଳେ ଯବାନମାନେ ଏ ଅଞ୍ଚଳରେ ଅପରେସନ କରି ସଫଳତା ପାଉ ନ ଥିଲେ। ତେବେ ମାଓବାଦୀଙ୍କ ଭୟ ଓ ପ୍ରଲୋଭନରେ ଦିନେ ଭୁଲ ରାସ୍ତାକୁ ଚାଲିଯାଇଥିବା ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ ଚିନ୍ତଲନାଡ ଥାନା ଅନ୍ତର୍ଗତ ନାଗାରାମ ଗ୍ରାମର ଶତାଧିକ ଆଦିବାସୀ ଆଜି ମୁଖ୍ୟସ୍ରୋତକୁ ଫେରିଛନ୍ତି ।