ଓଡିଶା

odisha

By

Published : Jul 10, 2023, 10:56 PM IST

ETV Bharat / state

ମାଲକାନଗିରିରେ ମାଓ ଡମ୍ପ ଠାବ: ବିପୁଳ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ

ମାଲକାନଗିରିରେ ମାଓ ଡମ୍ପ ଠାବ କଲା ବିଏସଏଫ । ବିପୁଳ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ: ବିପୁଳ ବିଷ୍ପୋରକ ସହ ମାଓ ସାମଗ୍ରୀ ଜବତ
ମାଲକାନଗିରିରେ ମାଓ କ୍ୟାମ୍ପ ଠାବ: ବିପୁଳ ବିଷ୍ପୋରକ ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି:ଠାବ ହେଲା ମାଓ ଡମ୍ପ । କାଲିମେଳା ଥାନା ଅନ୍ତର୍ଗତ ବୋଡିଗେଟା ପଞ୍ଚାୟତର ମାରିଗେଟା ଗ୍ରାମ ନିକଟ ଗୋମଫାକୋଣ୍ଡା ରିଜର୍ଭ ଜଙ୍ଗଲରେ ଆଜି (ସୋମବାର) ଏକ ମାଓ ଡମ୍ପ ଠାବ କରିବାରେ ସୁରକ୍ଷା ବଳକୁ ସଫଳତା ମିଳିଛି । BSF ଯବାନମାନେ ଆଜି (ସୋମବାର) ଏକ ମାଓବାଦୀ ଡମ୍ପ ସମ୍ପର୍କରେ ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ମାଟିତଳେ ପୋତାଯାଇଥିବା ମାଓ ବ୍ଯବହୃତ ବିସ୍ଫୋରକଗୁଡିକୁ ଖୋଳି ବାହାର କରାଯାଇଥିଲା । ଏହି ସାମଗ୍ରୀ ମଧ୍ୟରେ ବିପୁଳ ବିସ୍ଫୋରକ ଓ ମାଓବାଦୀଙ୍କୁ ପୁସ୍ତିକା ଓ ଅନ୍ୟ ସାମଗ୍ରୀ ମଧ୍ୟ ଥିବା ପୋଲିସ ସୂଚନା ଦେଇଛି ।

ବିଏସଏଫ ପକ୍ଷରୁ ଏହି ଅପରେସନ ସମ୍ପର୍କରେ ଏକ ପ୍ରେସନୋଟ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଏକ ବିଷେଶ ସୁତ୍ରରୁ ଖବର ପାଇ BSF ଯବାନମାନେ ଗୋମଫାକୋଣ୍ଡା ସଂରକ୍ଷିତ ଜଙ୍ଗଲ ମଧ୍ଯରେ ଆଜି ସକାଳୁ ଏକ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲର ଏକ ସ୍ଥାନରେ ମାଟିତଳେ ପୋତାଯାଇଥିବା ବହୁ ବିସ୍ଫୋରକ ଉଦ୍ଧାର କରିବାରେ BSF ଟିମ ସଫଳ ହୋଇଥିଲେ । ଏହି ଜବତ ବିସ୍ଫୋରକ ମଧ୍ଯରେ 20ଟି ଇମ୍ପ୍ରୋଭାଇଜଡ୍ ହ୍ୟାଣ୍ଡ୍ ଗ୍ରେନେଡ୍, 108 ଜେଲାଟିନ୍ ଷ୍ଟିକ୍, 25ଟି ଇଲେକ୍ଟ୍ରିକ୍ ଡିଟୋନେଟର, 4ଟି ବଣ୍ଡଲ୍ ସୁରକ୍ଷା ଫ୍ୟୁଜ୍, 10ଟି ନକ୍ସଲଙ୍କ ସିନ୍ଥେଟିକ୍ ବେଲ୍ଟ, 9ଟି ତାର ବଣ୍ଡେଲ୍ ଏବଂ ହୁଇସିଲ୍, 2ଟି ନକ୍ସଲଙ୍କ ବିଚାରଧାରା ଲିଖିତ ପୁସ୍ତକ ରହିଥିବା ପ୍ରେସମିଟରେ ବିଏସଏଫ ସ୍ପଷ୍ଟ କରିଛି ।


ବିସ୍ଫୋରକ ଜବତ ପରେ ବି ଏହି ଅଞ୍ଚଳରେ BSF ପକ୍ଷରୁ କମ୍ବିଂ ଅପରେସନ ବ୍ୟାପକ କରାଯାଇଛି । ଡମ୍ପ ଠାବ ହୋଇଥିବା ସ୍ଥାନ ଓ ଆଖପାଖ ଅଞ୍ଚଳରେ ମାଓବାଦୀ କ୍ୟାମ୍ପ କରି ଆତ୍ମଗୋପନ କରିଥିବା ସନ୍ଦେହରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି । ଏହି ଅଞ୍ଚଳ ପୁର୍ବରୁ ମାଓବାଦୀଙ୍କ ଗଡ ରୂପେ ପରିଚିତ ଥିଲା । ଯେବେଠୁ ଏହି ଅଞ୍ଚଳରେ BSF କ୍ୟାମ୍ପ ପ୍ରତିଷ୍ଠା ହୋଇଛି, ସେବେଠାରୁ ମାଓ ଉପଦ୍ରବ ମଧ୍ୟ ହ୍ରାସ ପାଇଛି । ମାଓବାଦୀଙ୍କର ସକ୍ରିୟ ହିଂସାକାଣ୍ଡ ପ୍ରାୟତଃ ଦେଖିବାକୁ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ:-ମାଓ ଆକ୍ରମଣ ଯୋଜନା ପଣ୍ଡ, 50 କେଜି ବିସ୍ଫୋରକ ଜବତ କଲା ସୁରକ୍ଷାବଳ

BSF ଯବାନମାନେ ମଧ୍ୟ ସ୍ଥାନୀୟ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି । ଫଳରେ ସ୍ଥାନୀୟ ଯୁବକ ଓ ଯୁବତୀମାନେ ମାଓବାଦୀଙ୍କ ସହ ସାମିଲ ନହୋଇ ସମାଜର ମୁଖ୍ଯସ୍ରୋତରେ ଆଗକୁ ବଢିବେ । ନିକଟରେ ବିଏସଏଫ ଓ ଜିଲ୍ଲା ପୋଲିସ ପ୍ରଶାସନ ମଧ୍ୟ ମାଓ ବିରୋଧୀ ଅଭିଯାନକୁ ବ୍ୟାପକ କରିବାରେ ଲାଗିଛନ୍ତି । ଏହି ଅଭିଯାନରେ ମଧ୍ୟ କ୍ରମାଗତ ସଫଳତା ମିଳିବାରେ ଲାଗିଛି । ଏକାଧିକ ମାଓ କ୍ୟାମ୍ପ ଓ ଡମ୍ପ ମଧ୍ୟ ଠାବ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା ବଳର ଯବାନ ।

ଇଟିଭି ଭାରତ,ମାଲକାନଗିରି

ABOUT THE AUTHOR

...view details