ମାଲକାନଗିରି:ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ମାଓ ଶିବିରରୁ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ ସହ ବିସ୍ଫୋରକ ସାମଗ୍ରୀ । ଜିଲ୍ଲାର ସ୍ଵାଭିମାନ ଅଞ୍ଚଳର ଯୋଡାମ୍ବ ଥାନା ଅନ୍ତର୍ଗତ ମାରିବେଡା ଓ ନାଦେମଞ୍ଜରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ସମୟରେ ଜବତ ହୋଇଛି ଏହି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ।
ଆନ୍ଧ୍ର ଓଡିଶା ବୋର୍ଡର ସୀମାନ୍ତରେ DVF ଓ SOG ବାହିନୀର ଯବାନ ମିଳିତ ଭାବେ କୁମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ମାରିବେଡା ଓ ନାଦେମଞ୍ଜରି ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୪ଟି ଟିଫିନ ବୋମା, ୨୦ଟି ୱେବ ବେଲ୍ଟ, ୧୯ଟି ଜଙ୍ଗଲ କ୍ୟାପ, ୨୦ଟି ହ୍ବିସିଲ ଓ ବିପୁଳ ପରିମାଣର ଔଷଧ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।