ଓଡିଶା

odisha

ETV Bharat / state

ମିଳିଲାନି ଦରମା, କାମ ବନ୍ଦ କରି ବିକ୍ଷୋଭ କଲେ ସଫେଇ କର୍ମଚାରୀ - ବିକ୍ଷୋଭ ପ୍ରଦର୍ଶନ

ଦରମା ନମିଳିବାରୁ କାର୍ଯ୍ୟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କଲେ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ । ଅଧିକ ପଢନ୍ତୁ...

ଦରମା ନମିଳିବାରୁ  କାମ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କଲେ ସଫେଇ କର୍ମଚାରୀ
ଦରମା ନମିଳିବାରୁ କାମ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କଲେ ସଫେଇ କର୍ମଚାରୀଦରମା ନମିଳିବାରୁ କାମ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କଲେ ସଫେଇ କର୍ମଚାରୀ

By

Published : Oct 24, 2021, 9:22 AM IST

ମାଲକାନଗିରି:ବକେୟା ଦରମା ନମିଳିବାରୁ କାର୍ଯ୍ୟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ । ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମାନେ ଆଜିକୁ ପ୍ରାୟ ୩ ମାସର ବକେୟା ଦରମା ପାଇନଥିବା ଅଭିଯୋଗ କରି ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଦରମା ନମିଳିବାରୁ କାମ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କଲେ ସଫେଇ କର୍ମଚାରୀ

ସଫେଇ କର୍ମଚାରୀମାନେ ଭୁବନେଶ୍ବର ସ୍ଥିତ ସୁମିତ୍ ସିକ୍ୟୁରିଟି ସର୍ଭିସ୍ ନାମକ ଏଜେନ୍ସିରେ କାମକରୁଥିବା ବେଳେ ଏଜେନ୍ସି ଦରମା ଦେଇନଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ ମାନେ । ଏହି ସମୟରେ ହସ୍ପିଟାଲ ମ୍ୟାନେଜରଙ୍କୁ ତିନିଦିନ ପୁର୍ବରୁ ଲିଖିତ ଅଭିଯୋଗ ମଧ୍ୟ ଜଣାଇଥିଲେ । ଏହି ଖବର ପାଇବା ମାତ୍ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କୁ ବୁଝା ସୁଝା କରି କାମରେ ଯୋଗଦେବା ପାଇଁ କହିଥିଲେ ଏବଂ ସେମାନେ ପ୍ରାପ୍ଯ ଦରମା କପରି ପାଇବେ ସେ ବିଷୟରେ ସମ୍ପୃକ୍ତ ଏଜେନ୍ସି ସହ ଆଲୋଚନା କରିବେ ବୋଲି କହିଥିଲେ କହିଛନ୍ତି ଜିଲ୍ଲା ସିଡିଏମଓ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ABOUT THE AUTHOR

...view details