ଓଡିଶା

odisha

ETV Bharat / state

ଶ୍ବଶୁର ଘରେ ରହୁଛି ପୁଅ: ମେଡିସିନ-ଖାଦ୍ୟ ପାଇଁ ଡହଳ ବିକଳ ବାପା-ମାଆ - ମାଲାକନଗିରିର ବୃଦ୍ଧ ଦମ୍ପତି

ବାପା-ମାଆଙ୍କ ପରିଣତ ବୟସରେ ଶ୍ବଶୁର ଘରେ ରହୁଛି ପୁଅ । ପୁଅକୁ ଫେରାଇ ଆଣିବାକୁ ବାପା-ମାଆଙ୍କ ଅନୁରୋଧ । ଅଧିକ ପଢନ୍ତୁ

ଶ୍ବଶୁର ଘରେ ରହୁଛି ପୁଅ: ମେଡିସିନ-ଖାଦ୍ୟ ପାଇଁ ଡହଳ ବିକଳ ବାପା-ମାଆ
ଶ୍ବଶୁର ଘରେ ରହୁଛି ପୁଅ: ମେଡିସିନ-ଖାଦ୍ୟ ପାଇଁ ଡହଳ ବିକଳ ବାପା-ମାଆ

By

Published : Nov 24, 2021, 10:26 PM IST

ମାଲକାନଗିିରି: ବାପାଙ୍କୁ ପାରାଲିସିସ୍, ମା’ ଉଚ୍ଚରକ୍ତ ଚାପ ସହ ମଧୁମେହ ରୋଗରେ ପୀଡିତ । ନା ପରିଶ୍ରମ କରିବାର ଶକ୍ତି ଅଛି ନା ରୋଗ ଭଲକରିବାର ସାମର୍ଥ । ଏପରିସ୍ଥିତିରେ ଆଶାର ବାଡି ସାଜିଥିବା ଭେଣ୍ଡିଆ ପୁଅ ପର କରି ଶ୍ବଶୁର ଘରେ ଯାଇ ରହୁଛି । ବୃଦ୍ଧ କାଳରେ ପୁଅ ସହାୟ ହେବ ବୋଲି ସ୍ବପ୍ନ ଦେଖିଥିବା ଏହି ବୃଦ୍ଧ ଦମ୍ପତି ଏବେ ଅସହାୟ (helpless couple seeks help) ।

ଶ୍ବଶୁର ଘରେ ରହୁଛି ପୁଅ: ମେଡିସିନ-ଖାଦ୍ୟ ପାଇଁ ଡହଳ ବିକଳ ବାପା-ମାଆ

ଫଳରେ ଅସହାୟ ଏହି ବାପା-ମାଆ ପୁଅକୁ ଘରକୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି । ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ଗଉଡଗୁଡା ସାହିର ୭୦ ବର୍ଷିୟ ଦୀନବନ୍ଧୁ ଗଉଡ । ବଜାରରେ ପାନ ଦୋକାନଟିଏ କରି ୨ ଝିଅ ଗୋଟିଏ ପୁଅ ସ୍ତ୍ରୀକୁ ନେଇ ବେଶ୍ ସୁଖରେ ଚାଲୁଥିଲା ସଂସାର । ଆଜକୁ ପ୍ରାୟ ୧୫ ବର୍ଷ ପୂର୍ବେ ପୁଅ କବିରାଜ ଗଉଡକୁ ବିବାହ କରିଥିଲେ । କବି ବାହା ହେବାପରେ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଶ୍ବଶୁର ଘର କୋରାପୁଟ ଜିଲ୍ଲା ବଡିଗାଁରେ ରହୁଛି । ଏମିତି କିଛିବର୍ଷ ଗଲାପରେ ଦୀନବନ୍ଧୁ ଦୁଇଝିଅଙ୍କୁ ବାହା କରିବା ପାଇଁ କୋରକୁଣ୍ଡାରେ ଥିବା ଦେଢ ଏକର ଚାଷଜମିରୁ ଏକ ଏକର ଜମି ବିକ୍ରି କରି ଦେଇଛନ୍ତି । ଏନେଇ ପୁଅ ଜାଣିବାପରେ ବାପା ମାଆଙ୍କ ସହ ପାଟିତୁଣ୍ଡ କରି ଘର ଛାଡି ଶ୍ବଶୁର ଘରକୁ ପଳାଇ ଯାଇଥିବା ଦୀନବନ୍ଧୁ କହିଛନ୍ତି ।

ସବୁଠାରୁ ବଡ କଥା ହେଉଛି କି ପୁଅ ଘରଛାଡି ଯିବା ପରେ ଦୀନବନ୍ଧୁଙ୍କୁ ପାରାଲେସିସ୍ ହୋଇଥିଲା । କମଳା ସ୍ବାମୀଙ୍କୁ ଭଲ କରିବା ପାଇଁ ମାଲକାନଗିରି ହସ୍ପିଟାଲରୁ ଭୁବନେଶ୍ବର, ଭୁବନେଶ୍ବରରୁ କଟକ ବହୁ ହସ୍ପିଟାଲ ବୁଲି ସର୍ବସ୍ବାନ୍ତ ହୋଇଯାଇଛନ୍ତି । ଏହାରି ମଧ୍ୟରେ କମଳାଙ୍କୁ ମଧ୍ଯ ବିଭିନ୍ନ ରୋଗ ମାଡିବସିଛି । ଏପରିସ୍ଥିତିରେ ଦାନା କି ଔଷଧ ପାଇଁ ସମ୍ବଳ ନାହିଁ । ତେଣୁ ଗୋଟିଏ ବୋଲି ପୁଅକୁ ଘରକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ଏହି ବୃଦ୍ଧ ଦମ୍ପତି । ଅନ୍ୟପଟେ ଏନେଇ ପୁଅ କବିରାଜ ଗଉଡଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ ।

ଆଇନଜୀବୀଙ୍କ କହିବା ଅନୁସାରେ ବାପା ମାଆଙ୍କ ଭରଣପୋଷଣ ଆକ୍ଟ 2007 ଅନୁଯାାୟୀ ପୁଅ ମାସିକ ୧୦ ହଜାର ଦେବା ପାଇଁ ବାଧ୍ଯ । ଯଦି ଏହି ଆଦେଶକୁ ପୁଅ ଅବମାନନା କରେ ତେବେ ୩ ମାସ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଜରିମାନା ଦେବାକୁ ପଡିବ ।

ମାଲକାନଗିରିରୁ ପଞ୍ଜାନନ ଦାସ, ଇଟିଭି ଭାରତ

ABOUT THE AUTHOR

...view details