ମାଲକାନଗିରି:ମାଲକାନଗିରିରେ ଲକ୍ଷାଧିକ ଟଙ୍କାର କାଠ ଜବତ । ଏମଭି-୨୪ ଗ୍ରାମରୁ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ଏକ ପିକ୍ ଅପ ଭ୍ୟାନରୁ ମୂଲ୍ୟବାନ କାଠ ପଟ୍ଟା ଏବଂ ଅର୍ଦ୍ଧ ନିର୍ମିତ ଖଟ ଜବତ କରିଛି ବନ ବିଭାଗ । ଏହାସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ଲକ୍ଷାଧିକ ଟଙ୍କାର କାଠ ପଟ୍ଟା ଜବତ, 2 ଗିରଫ - heavy wood ply seized in malkangiri
ମାଲକାନଗିରିରେ ଚୋରା ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ବନବିଭାଗ । ଏଥିରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ.

ଲକ୍ଷାଧିକ ଟଙ୍କାର କାଠ ପଟ୍ଟା ଜବତ, 2 ଗିରଫ
କାଠ ବୋଝେଇ ବୋଲେରୋ ପିକଅପ୍ ଭ୍ୟାନ ଏବଂ ମୋଟର ସାଇକେଲ ଜବତ କରାଯାଇଛି । କାଠ ଚୋରା ଚାଲାଣରେ ଗିରଫ ହୋଇଥିବା ଯୁବକମାନେ ହେଲେ ଏମଭି -୭ ଗ୍ରାମର କ୍ରିଷ୍ଣା ସମଦାର (୩୩) ଏବଂ ଏମଭି -୪୧ ଗ୍ରାମର ବିପୁଲ ଚକ୍ରବର୍ତ୍ତୀ(୩୭) ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ