ଓଡିଶା

odisha

ETV Bharat / state

ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି - ଲଗାଣ ବର୍ଷା

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। କେଉଁଠି ଲଗାଣ ବର୍ଷାରେ ଡ୍ୟାମ ଭାସିଯାଇଛି ତ ଆଉ କେଉଁଠି ରାସ୍ତା ଧୋଇ ହୋଇ ଯାଇଛି।

heavy rain in malkangiri
ଲଗାଣ ବର୍ଷାରେ ଜଳମଗ୍ନ ମାଲକାନଗିରି

By

Published : Aug 16, 2020, 12:04 PM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। କେଉଁଠି ଲଗାଣ ବର୍ଷାରେ ଡ୍ୟାମ ଭାସିଯାଇଛି ତ ଆଉ କେଉଁଠି ରାସ୍ତା ଧୋଇ ହୋଇ ଯାଇଛି।

ସେହିଭଳି ଆଉ କେଉଁ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି ଓ ଘରଦ୍ବାର ଭାଙ୍ଗିଯାଇଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରିରୁ ଜୟପୁରକୁ ଯୋଗାଯୋଗ କରିଥିବା ପଙ୍ଗାମ ପୋଲ ବୁଡ଼ିଯାଇଛି।

ଲଗାଣ ବର୍ଷାରେ ଜଳମଗ୍ନ ମାଲକାନଗିରି

ପୋଲ ଉପରେ ୩ ରୁ ୪ ଫୁଟ ଉଚ୍ଚର ପାଣି ଚାଲୁଥିବା ଜଣାପଡିଛି। ସେହିପରି ପୋଟେରୁ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ବର୍ଷା କମିବାରେ ନା ନନେଉଥିବା ବେଳେ ଏବେ ଚାଷୀଙ୍କ ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଫଳରେ ଚାଷୀ ଏବେ ଚିନ୍ତାରେ। କୁଡୁମୁଲୁଗୁମ୍ମାରେ ବର୍ଷା ଯୋଗୁଁ ଏକ ବିଶାଳ ଗଛ ଘରେ ଉପରେ ପଡି ଘରଟି ଭାଙ୍ଗିଯାଇଛି ।

ପରେ ଅଗ୍ନିଶମ ବିଭାଗ ଆସି ଗଛଟିକୁ କାଟିଥିବା ଜଣାପଡିଛି । ଲଗାଣ ବର୍ଷା ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ ବ୍ଲକ୍ ମୁଖ୍ୟାଳୟଗୁଡ଼ିକୁ ସଂଯୋଗ କରୁଥିବା ପୋଲ ନଷ୍ଟ ହୋଇଛି । ଜିଲ୍ଲାରେ ଯାତାୟାତ ନେଇ ଅସ୍ଥାୟୀ ସମସ୍ୟା ସୃଷ୍ଟି ହୋଇଛି । ପାଣି କମିବା ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବ । ବର୍ତ୍ତମାନସୁଦ୍ଧା ଜିଲ୍ଲାରେ ବର୍ଷା ପାଇଁ କୌଣସି ଜୀବନହାନୀ ହୋଇନଥିବା ଜଣାପଡିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details