ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ବେହାଲ ମାଲକାନଗିରି - heavy rain fall

ଲଘୁଚାପ ପ୍ରଭାବରେ ମାଲକାନଗିରରେ ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ କାଲିମେଳା ଠାରୁ ମୋଟୁକୁ ସଂଯୋଗ କରୁଥିବା ଏମଭି-96 ପୋଲ ଉପରେ 3 ରୁ 4ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ମାଲକାନଗିରିରୁ ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Aug 2, 2019, 10:16 AM IST

ମାଲକାନଗିରି: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ମାଲକାନଗିର ଜିଲ୍ଲାରେ ପ୍ରବଳ ବର୍ଷ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ସମସ୍ତ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ମାଲକାନଗିରି ଠାରୁ କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କୁରୁକୋଣ୍ଡା ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରଭାହିତ ହେଉଛି । ଅନୁରୂପ ଭାବେ କାଲିମେଳା ଠାରୁ ମୋଟୁକୁ ସଂଯୋଗ କରୁଥିବା ଏମଭି-96 ପୋଲ ଉପରେ 3 ରୁ 4ଫୁଟ ପାଣି ପ୍ରବାହିତ ହେଉଛି ।

ଫଳରେ ନଦୀର ଦୁଇ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । କାଲିମେଳା ଓ ପୋଟେରୁ ଅଞ୍ଚଳର ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ବେଳେ ମାଲକାନଗିରିରୁ ବାଲିମେଳାକୁ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସେପଟେ ମାଥିଲି ଓ କୋରୁକୋଣ୍ଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଘରେ ପାଣି ପସିଛି । ତେଣୁ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ବନ୍ୟାର ମୁକାବିଲା ଲାଗି ଜିଲ୍ଲାରେ ୪ଟି ବହୁମୁଖି ଆଶ୍ରୟସ୍ଥଳୀ ଏବଂ ୧୭ଟି ଛୋଟ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ପରିସ୍ଥିତିର ମୁକାବିଲା ଲାଗି ପୋଲିସ ଓ ଓଡ୍ରାଫ ଟିମକୁ ମଧ୍ୟ ଆଲର୍ଟ ରଖାଯାଇଛି।


ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

ABOUT THE AUTHOR

...view details