ଓଡିଶା

odisha

ETV Bharat / state

ଛାତ୍ରଛାତ୍ରୀଙ୍କ ପେଟକୁ ଲାତ, ପିଅନ ଠୁ ପ୍ରଧାନଶିକ୍ଷକ ମିଳିମିଶି ଖାଇଗଲେ ଭାତ - ମାଲକାନଗିରି ଖବର

ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ କାଳିମେଳା ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚାଉଳ ଚୋରାରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପଦାରେ ପିଲାଙ୍କ ଚାଉଳ ଚୋରି କାରବାର
ପଦାରେ ପିଲାଙ୍କ ଚାଉଳ ଚୋରି କାରବାର

By

Published : Nov 16, 2021, 1:08 PM IST

ମାଲକାନଗିରି: ଚୋରାରେ ବିକି ଦେଲେ ଛାତ୍ରଛାତ୍ରୀଙ୍କ ଚାଉଳ । ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ କାଳିମେଳା ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚାଉଳ ଚୋରାରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ପ୍ରଧାନଶିକ୍ଷକ, ପିଅନ ଓ ରୋଷେୟାଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।

ସୂଚନାଅନୁସାରେ ଛାତ୍ରଛାତ୍ରୀଙ୍କ ତିନିବସ୍ତା ଚାଉଳ ଚୋରାରେ ବିକ୍ରି ପାଇଁ ବିଦ୍ୟାଳୟରୁ ଯାଇ କାଲିମେଳା ବଜାରରେ ପହଞ୍ଚି ଥିଲା । ଏହା ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ଧରାପଡିଥିଲା । ପ୍ରଧାନଶିକ୍ଷକ , ରୋଷେୟା ଏବଂ ପିଅନଙ୍କ ମଧୁଚନ୍ଦ୍ରିକାରେ ଚାଲିଥିଲା ଏହି ଚୋରାରେ ଚାଉଳ ବିକ୍ରି କାରବାର । ଘଟଣାପରେ କାଲିମେଳା ସମିତିର ମଙ୍ଗଳ ସଂପ୍ରସାରଣ ଅଧିକାରୀ ଭରତ ଗୁରୁ ତଦନ୍ତ କରି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ପ୍ରଧାନଶିକ୍ଷକ ରମାକାନ୍ତ ବେହେରା , ରୋଷେୟା ସୁରେନ୍ଦ୍ର ମାଡ଼ି ଏବଂ ପିଅନ ହରି ବଡନାୟକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରିଥିଲା । କେସ ନମ୍ବର ୨୮୧ / ୧୪ , ୧୧ ଅନୁସାରେ ଆଇପିସି ଧାରା ୪୫୪ / ୩୮୦ / ୩୪ରେ ମାମଲା ରୁଜ୍ଜୁ କରାଯାଇ ଜେଏମଏଫସି ଏମଭି୭୯ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଜଗଦୀଶ ବାରୋ ସୂଚନା ଦେଇଛନ୍ତି । ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ ପୂର୍ବରୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା । ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପୂର୍ବରୁ ମଧ୍ୟ ଏପରି ଚାଉଳ ଚୋରାରେ ବିକ୍ରି ହେଇଥିବା ଚର୍ଚ୍ଚା ହେଉଛି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ABOUT THE AUTHOR

...view details