ଓଡିଶା

odisha

ETV Bharat / state

ସ୍ବାଭିମାନ ଅଞ୍ଚଳରେ ଗଡ଼ିଲା ସରକାରୀ ବସ ,ବିଚ୍ଛିନ୍ନାଞ୍ଚଳ ଯୋଡାଆମ୍ଭକୁ ଯୋଡିଲା ବସ - ସ୍ବାଭିମାନ ଅଞ୍ଚଳରେ ଗଡ଼ିଲା ସରକାରୀ ବସ

ସ୍ବାଭିମାନ ଅଞ୍ଚଳରେ ଗଡ଼ିଲା ସରକାରୀ ବସ । ଦୀର୍ଘ ୭୦ ବର୍ଷର ଜଳବନ୍ଦୀ ଜୀବନ, ବୋଟ ଯାହାର ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ଆଜି ସେହି ଅଞ୍ଚଳରେ ଗଡିଛି ସରକାରୀ ବସ । ଲୋକଙ୍କୁ ମିଳୁଛି ସରକାରୀ ବସରେ ଯାତାୟାତ କରିବାର ସୁଯୋଗ । ଅଧିକ ପଢନ୍ତୁ...

ସ୍ବାଭିମାନ ଅଞ୍ଚଳରେ ଗଡ଼ିଲା ସରକାରୀ ବସ ,ବିଚ୍ଛିନ୍ନାଞ୍ଚଳ ଯୋଡାଆମ୍ଭକୁ ଯୋଡିଲା ବସ
ସ୍ବାଭିମାନ ଅଞ୍ଚଳରେ ଗଡ଼ିଲା ସରକାରୀ ବସ ,ବିଚ୍ଛିନ୍ନାଞ୍ଚଳ ଯୋଡାଆମ୍ଭକୁ ଯୋଡିଲା ବସ

By

Published : Jul 10, 2020, 7:02 PM IST

ମାଲକାନଗିରି: ଦୀର୍ଘ ୭୦ ବର୍ଷର ଜଳବନ୍ଦୀ ଜୀବନ, ବୋଟ ଯାହାର ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ଆଜି ସେହି ଅଞ୍ଚଳରେ ଗଡିଛି ବସ । ଲୋକଙ୍କୁ ମିଳୁଛି ସରକାରୀ ବସରେ ଯାତାୟାତ କରିବାର ସୁଯୋଗ । ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସ୍ବାଭିମାନ ଅଞ୍ଚଳରେ ଗଡ଼ିଲା ସରକାରୀ ବସ ,ବିଚ୍ଛିନ୍ନାଞ୍ଚଳ ଯୋଡାଆମ୍ଭକୁ ଯୋଡିଲା ବସ

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଯୋଡାଆମ୍ବ ଗ୍ରାମକୁ ପ୍ରଥମ ଥର ପାଇଁ ଗଡ଼ିଲା ସରକାରୀ ବସ । ଆଜି ଚିତ୍ରକୋଣ୍ଡା ବିଧାୟକ ଏହି ସରକାରୀ ବସର ଉଦଘାଟନ କରିଛନ୍ତି । ପୂର୍ବରୁ କେବେ ବି ମାଲକାନଗିରିରୁ ସିଧାସଳଖ ସରକାରୀ ବସ ଯାତାୟାତ କରିନଥିବା ବେଳେ ଅଞ୍ଚଳରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଥର ଏହି ବସ ସେବା ଆରମ୍ଭ ହୋଇଛି । ପୂର୍ବରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ଥିବା ବେଳେ ରାଜ୍ୟ ସରକାର ନିଜର ଡ୍ରିମ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁ ନିର୍ମାଣ କରିବା ପରେ ସମୟ କ୍ରମେ ଯନାବାଇ, ଯୋଡ଼ାଆମ୍ବ ସହ ଅନେକ ଗ୍ରାମକୁ ସେତୁ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ହୋଇଛି । ପକ୍କା ସଡକ ନିର୍ମାଣ ହେବାପରେ ଅଞ୍ଚଳରେ ଅନେକ ବିକାଶ ମୂଳକ କାମ ଅଗ୍ରଗତି କରିଛି । ଆଜି ସ୍ବାଭିମାନ ଅଞ୍ଚଳ ବାସୀଙ୍କ ମନରେ ଏହି ବସ ଉଦଘାଟନ ହେବାପରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ମଧ୍ୟ ଅଞ୍ଚଳର ଅନ୍ୟାନ୍ୟ ଗ୍ରାମକୁ ଯୋଗାଯୋଗ ବ୍ୟବସ୍ଥା କରାଯିବା ବୋଲି ଯୋଜନା କରାଯାଇଛି । ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଥାଉକି ଦିନ ଥିଲା ବିଚ୍ଛିନ୍ନାଞ୍ଚଳରେ ଲୋକେ କେବଳ ଡଙ୍ଗା,ଘୋଡା କିମ୍ବା ଖଚର ମାଧ୍ୟମରେ ଯାତାୟତ କରୁଥିଲେ । ଏହି ଅଞ୍ଚଳରେ ଦିନେ ନକ୍ସଲ ତାର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲା । ଗୁରୁପ୍ରିୟା ସେତୁ ନିର୍ମାଣପରେ ବିଚ୍ଛିନ୍ନାଞ୍ଚଳରେ ବିକାଶର ବାସ୍ନା ତଥା ଲୋକେ ସଦରମହକୁମା ମାଲକାନଗିରିକୁ ସିଧାସଳଖ ଯୋଗାଯୋଗ କରିପାରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details