ଓଡିଶା

odisha

ETV Bharat / state

ପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରପାଲ୍ଲଲି ଅଞ୍ଚଳରେ ପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁ ମଙ୍ଗଳ କମିଟି ଜିଲ୍ଲା ସଦର ଚିକିତ୍ସାଳୟର ଏସଏନସିୟୁରେ ଶିଶୁର ଚିକିତ୍ସା କରିବା ପରେ ଆଜି ନବରଙ୍ଗପୁରର ସ୍ପେଶାଲ ଆଡପ୍ସନ ଏଜେନ୍ସିକୁ ହସ୍ତାନ୍ତର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Aug 16, 2019, 1:59 PM IST

Updated : Aug 16, 2019, 3:23 PM IST

ମାଲକାନଗିରି: ପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର କରାଯାଇଛି । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରପାଲ୍ଲଲି ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜଣେ ନାବାଳିକା ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲା । ମାତ୍ର ତାର ରକ୍ଷଣାବେକ୍ଷଣା ପାଇଁ ନାବାଳିକାର କେହି ସମ୍ପର୍କୀୟ ନଥିବାରୁ ସେ ତାକୁ ଛାଡି ଚାଲିଯାଇଥିଲା । ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଶିଶୁଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ । ଗୋଟିଏ ସପ୍ତାହ ଧରି ଶିଶୁ ମଙ୍ଗଳ କମିଟି ଜିଲ୍ଲା ସଦର ଚିକିତ୍ସାଳୟର ଏସଏନସିୟୁରେ ଶିଶୁର ଚିକିତ୍ସା କରିବା ପରେ ଆଜି ନବରଙ୍ଗପୁରର ସ୍ପେଶାଲ ଆଡପ୍ସନ ଏଜେନ୍ସିକୁ ହସ୍ତାନ୍ତର କରିଛି ।

ସୂଚଚନାଯୋଗ୍ୟ, ପୂର୍ବରୁ ଏହି ସଂସ୍ଥା ମାଲକାନଗିରି ଜିଲ୍ଲାର ଅନେକ ଅନାଥ ଶିଶୁଙ୍କୁ ପାଳିଛି । ଉଦ୍ଧାର ହୋଇଥିବା ଏହି ଶିଶୁକନ୍ୟା ପାଇଁ ମଧ୍ୟ ଉତ୍ତମ ବ୍ୟବସ୍ଥା କରାଯିବ ବୋଲି ସଂସ୍ଥାର ମୁଖ୍ୟ କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Aug 16, 2019, 3:23 PM IST

ABOUT THE AUTHOR

...view details