ଓଡିଶା

odisha

ETV Bharat / state

ତ୍ରିକୋଣୀୟ ମୁକାବିଲା: ଜୋରଦାର ହେବ ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନୀ ଟକ୍କର

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ମାଲକାନଗିରି ଜିଲ୍ଲା ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା। ନାମାଙ୍କନ ପତ୍ର ଦାଖଲ ବେଳେ ଉଭୟ ବିଜେପି ଓ ବିଜେଡି ଦେଖାଇଲେ ବଳ।

By

Published : Mar 26, 2019, 6:28 AM IST

Updated : Mar 26, 2019, 8:18 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାରେ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାବେଳେ ଜିଲ୍ଲା ରାଜନୀତିରେ ଦେଖାଯାଇଛି ହାଇଭୋଲଟେଜ୍ ଡ୍ରାମା। ମାଲକାନଗିରି ଓ ଚିତ୍ରକୋଣ୍ଡା 2ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଉଭୟ ବିଜେପି ଓ ବିଜେଡି ନିଜ ବଳ ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଉଭୟ ଦଳ ପ୍ରାର୍ଥି 10 ହଜାରରୁ ଉର୍ଦ୍ଧ୍ବ ନିଜ ସମର୍ଥକଙ୍କୁ ନେଇ ବିରାଟ ଶୋଭାଯାତ୍ରା ସହ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ଶାସକ ବିଜେଡି ମାଲକାନଗିରି ନିର୍ବାଚନ ମଣ୍ଡଳିର ଟିକେଟ ବଣ୍ଟନକୁ ନେଇ ଦ୍ବନ୍ଦରେ ଥିଲା। ମାତ୍ର ସବୁ ଦ୍ବନ୍ଦରେ ପୂର୍ଣ୍ଣଚ୍ଛେଦ ପକାଇ ଟିକେଟ ହାସଲ କରିଛନ୍ତି ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି। ଆଉ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି ବର୍ତ୍ତମାନର ବିଧାୟକ ମାନସ ମାଡକାମି।

ଦଳୀୟ କନ୍ଦଳ ମଧ୍ୟରେ ବିଜୟର ବିଶ୍ବାସ ରଖିଛନ୍ତି ବିଜେଡି ପ୍ରାର୍ଥୀ ମୁକୁନ୍ଦ। ଅପରପକ୍ଷେ ତାଙ୍କୁ ହରାଇବା ପାଇଁ ଅଣ୍ଟା ଭିଡିଛନ୍ତି ଦୁଇ ଦୁଇ ଥର ନିର୍ବାଚନ ହାରିଥିବା ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢି। ତେବେ 147 ସଂଖ୍ୟା ବିଶିଷ୍ଟ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି ଓ ବିଜେଡିରେ ଚଳିତ ଥର ନୂଆ ମୁହଁ ଦେଇଥିବାରୁ ସେଠାରେ ତ୍ରିକୋଣୀୟ ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Mar 26, 2019, 8:18 AM IST

ABOUT THE AUTHOR

...view details