ମାଲକାନଗିରି: ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ । ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ । ଯାହାର ଆନୂମାନିକ ମୂଲ୍ୟ 11 କୋଟି ଟଙ୍କା ହେବ ।
ଚିତ୍ରୋକୋଣ୍ଡା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଚାଷକୁ ଶୁକ୍ରବାର ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ସହ ଚିତ୍ରକୋଣ୍ଡା ପୋଲିସ ମିଳିତ ଭାବେ ଚଢାଉ କରି ନଷ୍ଟ କରିଥିଲେ । ଜିଲ୍ଲାର ହରିପୁର, ଆମ୍ବପଦର ଓ ମୁଦୁଲିଗୁଡା ଗାଁ ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ । ମାଓ ଭୟରେ ଏଠାରେ କୌଣସି ସରକାରୀ ବାବୁଙ୍କ ପାଦ ପଡୁନଥିବା ବେଳେ ଯାହାର ଫାଇଦା ଉଠାଇ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଛି । ଶୁକ୍ରବାର ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢାଉ କରି ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ୬୦ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୧୦ଲକ୍ଷ ୪୦ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦେଇଛନ୍ତି ।