ଓଡିଶା

odisha

ETV Bharat / state

ମାଲକାନଗିରିରୁ 3 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୧୧ ଗିରଫ - ମାଲକାନିଗିରିରେ ଗଞ୍ଜେଇ ଚାଲାଣ ବେଳେ 11 ଗିରଫ

ମାଲକାନଗିରି ଜିଲ୍ଲା ଅରକେଲ ଥାନା ଅଞ୍ଚଳର ଏମ୍.ଭି-୫୧ ଗ୍ରାମରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ 11 ଜଣ । ପ୍ରାୟ 17 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଅରକେଲ ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

3 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୧୧ କାଉଡିଆ ଗିରଫ
3 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୧୧ କାଉଡିଆ ଗିରଫ

By

Published : Jan 23, 2020, 11:04 PM IST

ମାଲକାନଗିରି: ଜିଲ୍ଲା ପୋଲିସକୁ ମିଳିଲା ବଡ ସଫଳତା । କାଉଡିରେ ଗଞ୍ଜେଇ ଚାଲାଣ କରିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅରକେଲ ଥାନା ପୋଲିସ । ଏହି ମାମଲାରେ 11ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

3 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୧୧ କାଉଡିଆ ଗିରଫ

ଜିଲ୍ଲାର ଅରକେଲ ଥାନା ଅଞ୍ଚଳର ଏମ୍.ଭି-୫୧ ଗ୍ରାମରୁ ଗଞ୍ଜେଇ କୋରାପୁଟ ଜିଲ୍ଲାକୁ ଚାଲାଣ କରାଯାଉଥିଲା । ଗୁଇନ୍ଦା ଖବର ପାଇ ଅରକେଲ ଥାନା ପୋଲିସ ଅପରେସନ ଆରମ୍ଭ କରିଥିଲା । ପରେ ସରଲୁକୁଣ୍ଡା ଗ୍ରାମ ନିକଟରେ ପ୍ରାୟ ୧୧ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେଲା ।

ସେମାନଙ୍କ ନିକଟରୁ ୧୬୯୨ କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଯାହାର ବଜାର ମୂଲ୍ୟ ସାଢେ ତିନି କୋଟି ଟଙ୍କା ହେବ ବୋଲି ମାଲକାନଗିରି ପୋଲିସ କହିଛି । ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଏପରି ଚଢାଉ ଜାରି ରହିବ ବୋଲି ମାଲକାନଗିରି ଏସପି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details