ଓଡିଶା

odisha

ETV Bharat / state

ମାଓ ଇଲାକାରୁ ନଷ୍ଟ ହେଲା 4 କୋଟିର ଗଞ୍ଜେଇ - malkangiri news

ବେଆଇନ ଭାବେ ୨୫ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇକୁ ନଷ୍ଟ କରିଛି ଅବକାରୀ ବିଭାଗ। ମାସକାନଗିରିର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୧ ର ରାଜଲକୋଣ୍ଡା ଗ୍ରାମରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଧିକ ଖବର ପଢନ୍ତୁ...

ମାଓ ଇଲାକାରୁ ନିପାତ ହେଲା 4 କୋଟିର ଗଞ୍ଜେଇ ଫସଲ

By

Published : Nov 17, 2019, 11:33 AM IST

ମାଲକାନଗିରି: ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ପ୍ରଶାସନର ପୁଣି ଏକ ପଦକ୍ଷେପ। ମାଲକାନଗିରିର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୧ର ରାଜଲକୋଣ୍ଡା ଗ୍ରାମରେ ଏକର ଏକର ଚାଷ ଜମିରେ ହୋଇଥିବା ଗଞ୍ଜେଇକୁ ନଷ୍ଟ କରିଛି ଅବକାରୀ ବିଭାଗ।

ତେବେ ବେଆଇନ ଭାବେ ୨୫ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଫସଲକୁ ନଷ୍ଟ କରିବାରେ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର କରାଯାଇଥିଲା।

ଚିତ୍ରକୋଣ୍ଡା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ପ୍ରାୟ ୩୭,୫୦୦ଟି ଗଞ୍ଜେଇ ଗଛକୁ ମାଲକାନଗିରି, ନବରଙ୍ଗପୁର ଓ ଜୟପୁର ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ବନ ବିଭାଗ ସହ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ନଷ୍ଟ କରାଯାଇଛି। ଯାହାର ବଜାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ମାଓ ଇଲାକାରୁ ନିପାତ ହେଲା 4 କୋଟିର ଗଞ୍ଜେଇ ଫସଲ

ବର୍ତ୍ତମାନ ଜିଲ୍ଲାରେ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଥିବାରୁ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହା ସହ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା ଜଣାପଡିଛି।

ମାଲକାନଗିରିରୁ ଜୟନ୍ତ ତିଆଡି,ଇଟିଭି ଭାରତ

ABOUT THE AUTHOR

...view details