ଓଡିଶା

odisha

ETV Bharat / state

କୋଭିଡ ନିୟମକୁ ଫୁ, ବେଧଡକ ଚାଲିଛି ଜୁଆଖେଳ - gambling game in malkanagiri

ରାଜ୍ୟରେ ଏବେ ବି ମହାମାରୀ ସଂକ୍ରମଣ ଭୟ ଲାଗି ରହିଥିଲେ ମଧ୍ୟ ଗାଁ ଗାଁରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଖୁଲମଖୁଲା ଚାଲିଛି ଜୁଆଖେଳ । ଅନ୍ୟପଟେ ଆଖି ଥାଇ ଅନ୍ଧ ସାଜିଛି ପୋଲିସ । ଅଧିକ ପଢନ୍ତୁ...

କୋଭିଡ ନିୟମକୁ ଫୁ, ବେଧଡକ ଚାଲିଛି ଜୁଆଖେଳ
କୋଭିଡ ନିୟମକୁ ଫୁ, ବେଧଡକ ଚାଲିଛି ଜୁଆଖେଳ

By

Published : Dec 5, 2020, 9:17 PM IST

ମାଲକାନଗିରି: ଦିନକୁ ଦିନ ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଏବେ ବି ସଂକ୍ରମଣ ଭୟ ଲାଗି ରହିଛି । ଏଭଳି ସ୍ଥିତିରେ ଗାଁ ଗାଁରେ ଏବେ ବେଧଡକ ଭାବରେ ଚାଲିଛି ଜୁଆଖେଳ । ମାଲକାନଗିରି ଜିଲ୍ଲା କାଲିମେଳା ବ୍କକ ପୁସୁଗୁଡା ଅଞ୍ଚଳରେ ଏହି ଘଟଣା ପ୍ରକାଶ ପାଇଛି । ଲକ୍ଷ ଲକ୍ଷ ଟଙ୍କା ଲାଗୁଛି ଏହି ଜୁଆଖେଳରେ । ଯୁବବର୍ଗ ଠାରୁ ଆରମ୍ଭ କରି ନାବାଳକମାନେ ମଧ୍ୟ ଏହି ଖେଳରେ ସାମିଲ ହେଉଥିବାର ଦେଖିବାକୁ ମିଳିଛି । ତେବେ ଏଥିରେ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି । ଗାଁ ଗାଁରେ ଖୁଲାମଖୁଲା ଜୁଆ ଖେଳ ଚାଲୁଥିଲେ ମଧ୍ୟ କିପରି ପୋଲିସ ଏ ସମ୍ପର୍କରେ ଅଜଣା ରହିଛି ତାହା ଚିନ୍ତାର ବିଷୟ ପାଲଟିଛି ।

କୋଭିଡ ନିୟମକୁ ଫୁ, ବେଧଡକ ଚାଲିଛି ଜୁଆଖେଳ

ବିଶେଷ କରି ରାସ୍ତାକଡ଼ ଜମି, ବୁଦୁବିଦିଆ ସ୍ଥାନ କିମ୍ବା ଘର ଭିତରେ ଚାଲୁଛି ଜୁଆ ଆଡ୍ଡା । ସରକାରୀ ଚାକିରିଆ, ବ୍ୟବସାୟୀମାନେ ମଧ୍ୟ ଏହି ଖେଳ ପ୍ରତି ଆଗ୍ରହୀ ହେଉଛନ୍ତି । ଅନ୍ୟପଟେ ଏହା ଯୋଗୁଁ ଅନେକ ପରିବାର ଆଜି ସର୍ବସ୍ବାନ୍ତ ହୋଇଯାଇଥିବା ଦେଖିବାକୁ ମିଳିଛି ।

ପର୍ବପର୍ବାଣି ଆସିଲେ ଜୁଆଡିମାନେ ଅଧିକ ସକ୍ରିୟ ହୋଇଥାନ୍ତି । କାଳୀପୂଜା, ଲକ୍ଷ୍ମୀପୂଜା, ଦଶହରା ହେଉଥିବା ସ୍ଥାନରେ ଜୁଆର ଆଡ୍ଡା ଅଧିକ ଜମିଥାଏ । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ମଧ୍ୟ ମିଳୁଥିବା ଟଙ୍କାରେ ଜୁଆ ଖେଳିବାର ଆଶଙ୍କା ଉପୁଜିଛି । ଅନ୍ୟପକ୍ଷରେ କୋରୋନା କଟକଣା ଯୋଗୁଁ ସରକାର ପର୍ବପର୍ବାଣି ପାଇଁ ଅନୁମତି ଦେଇ ନଥିବା ବେଳେ ଜୁଆ ଖେଳ ପାଇଁ ଶହ ଶହ ଲୋକ ଏକାଠି ହେବା କୋରୋନା ସଂକ୍ରମଣକୁ ନିମନ୍ତ୍ରଣ କରିବାର ବାଟ ସାଜିଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details