ମାଲକାନଗିରି: ଛତିଶଗଡ ମାଓବାଦୀଙ୍କ କୋରୋନାରେ ମୃତ୍ୟୁ ପରେ ମାଲକାନଗିରି SP ମାଓବାଦୀଙ୍କୁ କଲେ ଆହ୍ବାନ। କୋରୋନା ଆକ୍ରାନ୍ତ କିମ୍ବା ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ କରାଯିବ ମାଗଣା ଚିକିତ୍ସା। ମାଓବାଦୀଙ୍କ ପାଇଁ ମାଓ ପ୍ରଭାବିତ ଇଲାକାରେ ଥିବା ଗ୍ରାମବାସୀଙ୍କୁ ବଢିପାରେ କୋରୋନା ସଂକ୍ରମଣ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି SP ଋଷିକେଶ ଦୟାନନ୍ଦ ଖିଲାରୀ।
ଯେଉଁ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିବେ ସେମାନଙ୍କ ନାଁରେ କୌଣସି ମାମଲା ରୁଜୁ ହେବ ନାହିଁ। ମାଓ ପ୍ରଭାବିତ ଇଲାକାରେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ ରଖିଛି ମାଲକାନଗିରି ପୋଲିସ। କୌଣସି ଗାଁକୁ ମାଓବାଦୀ ପ୍ରବେଶ କରେଇ ନ ଦେବାକୁ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରାଯାଇଥିବା କହିଛନ୍ତି SP ।