ମାଲକାନଗିରି: ଗ୍ରାମାଞ୍ଚଳ ଶିକ୍ଷାର ବିକାଶ କରିବାକୁ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରୟାସ । ମାଲକାନଗିରି ସଦର ମହକୁମାଠାରୁ 15କିଲୋମିଟର ଦୂର ଡଙ୍ଗସଖାଲ ଗାଁରେ ଶିକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖି ଟିମ ଉଇ କ୍ୟାନ ପକ୍ଷରୁ ପିଲାଙ୍କୁ ମାଗଣା ପାଠ ପଢାଇବାକୁ ପ୍ରୟାସ ଆରମ୍ଭ ହୋଇଛି ।
ଗାଁର ପିଲାମାନେ ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବାକୁ ଆଗେଇ ଆସିଛି ‘ଟିମ ଉଇ କ୍ୟାନ’ । ବୁଧବାର ଗାଁର କିଛି ଶିକ୍ଷିତ ଯୁବକ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପିଲାମାନେ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢି ପାରିବେ । ଏ ନେଇ ଟିମ ଉଇ କ୍ୟାନ ପକ୍ଷରୁ ମାଗଣା କୋଚିଙ୍ଗ ସେଣ୍ଟରର ଉଦଘାଟନ କରାଯାଇଛି । ଉଦଘାଟନୀ ଉତ୍ସବରେ ପିଲାମାନଙ୍କୁ ଖାତା,କଲମ, ପେନସିଲ ଇତ୍ୟାଦି ସମସ୍ତ ପାଠ୍ୟ ଉପକରଣ ଟିମ ପକ୍ଷରୁ ପ୍ରଦାନ କରାଯାଇଛି ।