ମାଲକାନଗିରି:ବଦଳୁଛି ସ୍ବାଭିମାନ ଅଞ୍ଚଳର ଚିତ୍ର । ବନ୍ଧୁକ ଛାଡି ଆତ୍ମ ସମର୍ପଣ କରୁଛନ୍ତି ମାଓନେତା । ଦିନେ ମାଓନେତା ଥିଲେ ଏବେ ସମବାୟ ବ୍ୟାଙ୍କ ଶାଖା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶୁକଦେବଙ୍କ ଏହି ପରିବର୍ତ୍ତନକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଟେକଗୁଡ଼ା ବାସିନ୍ଦା ଓ ବୁଦ୍ଧିଜୀବୀ ।
ସୂଚନାଅନୁସାରେ, ବିଗତ 15ର ବର୍ଷ ହେବ ମାଓ ସଂଗଠନରେ ଡିସିଏମ୍ କ୍ୟାଡର ଭାବେ କାମ କରୁଥିଲେ ଶୁକଦେବ। ଦିନ ଥିଲା ତାଙ୍କ ନାଁ ଶୁଣିଲେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଛନକା ପଶୁଥିଲା । ପରେ ୨୦୧୬ ଜୁନ ୨୨ରେ ସମାଜ ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଏସପିଙ୍କ କାର୍ଯ୍ୟାଳୟରେ ପତ୍ନୀଙ୍କ ସହ ଆତ୍ମସମର୍ପଣ କରିଥିଲେ । ତେବେ ଗତକାଲି(ବୁଧବାର) କାଲିମେଳା ସମବାୟ ବ୍ୟାଙ୍କ ଶାଖା ଅଧକ୍ଷ ଭାବେ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ଶୁକଦେବ । ଗରିବ ଚାଷୀ ମୁଲିଆଙ୍କ ସୁଖଦୁଃଖର ସେବା କରିବା ପାଇଁ ମାଓ ସଂଗଠନ ଛାଡିଥିଲେ ଶୁକଦେବ । ଏହି ନିର୍ବାଚନ ଲାଗି ସମବାୟ ବ୍ୟାଙ୍କର ଚୂଡ଼ାନ୍ତ ପ୍ରାର୍ଥୀଙ୍କ ମଧ୍ୟରେ କେହି ବିପକ୍ଷ ପ୍ରତିଦ୍ଵନ୍ଦୀ ନଥିବାରୁ15 ଜଣ ଅନକଣ୍ଟେଷ୍ଟରେ ନିର୍ବାଚିତ ହୋଇଛନ୍ତି ।