ଓଡିଶା

odisha

ETV Bharat / state

ପୋଲାଭରମ ପାଇଁ ବନ୍ୟାରେ ଭାସୁଛି ମୋଟୁ - ପୋଲାଭରମ ପ୍ରକଳ୍ପ

ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା । ଭୟରେ ଲୋକେ ଛାଡୁଛନ୍ତି ନିଜର ଭିଟାମାଟି । ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ହେବା ପରଠାରୁ ମୋଟୁରେ ପ୍ରତିବର୍ଷ ହେଉଛି ବନ୍ୟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Aug 9, 2019, 5:53 PM IST

ମାଲକାନଗରି: ଜିଲ୍ଲାରେ ବର୍ଷା କମିଛି ହେଲେ ବନ୍ୟା ବିପତ୍ତି କିନ୍ତୁ ଥମିବାର ନା ଧରୁନାହିଁ । କେଉଁଠି ଲୋକଙ୍କ ମୁଣ୍ଡ ଉପରୁ ଛପର ଉଡି ଯାଇଛି ତ ଆଉ କେଉଁଠି ଗଛଲତା ପବନରେ ଭାଙ୍ଗି ପଡିଛି । ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପରେ ଏବେ ଜଳସ୍ତର ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାର ସିଲେରୁ ଓ ସାବେରି ନଦୀର ଜଳ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ମୋଟୁ ଅଞ୍ଚଳରେ ଏବେ ଦେଖା ଦେଇଛି ବନ୍ୟା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ରାସ୍ତା ଉପରେ ୧୫ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଅନେକ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଛି । ଭୟରେ ଲୋକେ ନିଜର ଭିଟା ମାଟି ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ମୋଟୁ ଅଞ୍ଚଳର ୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ବେଳେ ପରିସ୍ଥିତି ସଙ୍ଗିନ ରହିଛି । ଏମିତିରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାସ୍ତବ ସ୍ଥିତି ପରଖିଥିଲେ ଆମ ଇଟିଭି ଭାରତ ସମ୍ବାଦଦାତା...

ଓଡିଶା ମାନଚିତ୍ରର ଶେଷ ସ୍ଥାନ ହେଉଛି ମୋଟୁ । ସିଲେରୁ ଓ ସାବେରୀ ନଦୀର ମିଶ୍ରଣରେ ସୃଷ୍ଟି ହୋଇଛି ଆନ୍ଧ୍ରର ଗୋଦାବରୀ, କିନ୍ତୁ ବର୍ତ୍ତମାନ ବନ୍ୟା ପରିସ୍ଥିତି କାରଣରୁ କେଉଁଟା ସିଲେରୁ ଓ କେଉଁଟା ସାବେରୀ ତାହା ଏବେ ଆଉ ଜଣା ପଡୁନାହିଁ । ମୋଟୁର ଦୁଇ ପାର୍ଶ୍ବରେ ଥିବା ଦୁଇଟି ଅଲଗା ଅଲଗା ନଦୀ ଏବେ ବନ୍ୟା ଜଳରେ ମିଶି ଯାଇଛି । ସମଗ୍ର ଅଞ୍ଚଳ ପାଣିରେ ବୁଡି ରହିଛି । ମାଲକାନଗିରି ଜିଲ୍ଲାର ଶେଷ ସୀମାରେ ଥିବା ମୋଟୁର ମୁଗି ପଏଣ୍ଟଠାରୁ ଆରମ୍ଭ କରି ପୁରୁଣା ମୋଟୁ ଓ ନଈ କୁଳିଆ ସବୁ ଗାଁ ଏବେ ଜଳମଗ୍ନ ହୋଇ ରହିଛି । ମୋଟୁ ଅଞ୍ଚଳରେ ଦେଖା ଦେଇଥିବା ବନ୍ୟାର କାରଣ ଖୋଜିଲା ବେଳକୁ କେବଳ ଗୋଟିଏ ଶବ୍ଦ ସାମ୍ନାକୁ ଆସୁଛି, ତାହା ହେଲା ପୋଲାଭରମ । ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ହେବା ପରଠାରୁ ମୋଟୁରେ ପ୍ରତି ବର୍ଷ ଏପରି ବନ୍ୟା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଏହିପରି ସ୍ଥିତିରେ କୋରାପୁଟରୁ ଆସିଥିବା ଓଡ୍ରାଫ ଟିମ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ସହ ରାସ୍ତାରେ ପଡିଥିବା ଗଛ କାଟି ରାସ୍ତା ସଫା କରୁଥିବା ଓଡ୍ରାଫ ଟିମ ଲିଡର ନୃସିଂହ ଚରଣ ଦାସ କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details