ମାଲକାନଗିରି:ପିଶାଚ ପାଲଟିଲା ବାପା । ନିଜ ଝିଅକୁ ଦୁଷ୍କର୍ମ କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବାଲିମେଳା ସହରର ଡ୍ରଗଲାଇନ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗତ ୫ ତାରିଖ ମଧ୍ୟରାତ୍ରରେ ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ଜଣକ ପ୍ରାୟ ୨ ବର୍ଷ ହେବ ବାଲିମେଳା ସହରରେ ବସବାସ କରୁଥିବାବେଳେ ଜଳ ବିଦ୍ୟୁତ କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରି ଆସୁଛି।
ପୂର୍ବରୁ ସେମାନଙ୍କ ପରିବାରରେ ୭ ଜଣ ସଦସ୍ୟ ରହିଥିଲେ । ଅଭିଯୁକ୍ତ ବାପା ନିଜର ବଡ଼ ଝିଅକୁ ଅନ୍ୟତ୍ର ବିବାହ ଦେଇଥିବାବେଳେ ଅନ୍ୟ ୨ ଝିଅ ଛାତ୍ରାବାସରେ ରହି ବର୍ତ୍ତମାନ ପାଠ ପଢୁଛନ୍ତି । ତେବେ ଗତ ୮ ମାସ ତଳେ ଅଭିଯୁକ୍ତର ସ୍ତ୍ରୀ ସହ ପାଟିତୁଣ୍ଡ ହେବାରୁ ନିଜ ଛୋଟ ପୁଅକୁ ନେଇ ବାପଘରକୁ ଚାଲି ଯାଇଥିଲେ ସ୍ତ୍ରୀ । ତେଣୁ ଘରେ କେବଳ ୧୩ ବର୍ଷୀୟ ଝିଅ ରହିଥିଲା । ଯିଏକି ଘରର ସବୁ କାର୍ଯ୍ୟ କରିବା ସହ ବାପାଙ୍କ ସହ ରହି ପାଠ ପଢୁଥିଲା । ତେବେ ୫ ତାରିଖରେ ଏଭଳି ଅମାନୁଷିକ ଘଟଣା ପରେ ନାବାଳିକା ଜଣକ ଡ୍ରଗଲାଇନ ଅଞ୍ଚଳର ଦୁର୍ଗା ବେହେରା ନାମକ ଜଣେ ମହିଳାଙ୍କୁ ଏ ବାବଦରେ ଜଣାଇଥିଲା । ଏଥିସହିତ ପୀଡିତା ଜଣକ ଏ ସମ୍ପର୍କରେ କାହାରିକୁ କିଛି ନ କହିବାକୁ ଦୁର୍ଗାଙ୍କୁ ଅନୁରୋଧ କରିଥିଲେ ।
ଏହା ବି ପଢନ୍ତୁ...Nabarangapur Gangrape Case: ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର, ଉଠିଲା ଫାଶୀ ଦଣ୍ଡ ଦାବି