ଓଡିଶା

odisha

By

Published : Oct 1, 2020, 9:47 PM IST

ETV Bharat / state

ନକଲି ବିହନ ଜାଲରେ ଚାଷୀ, ଫମ୍ପା ବାହାରିଲା ସୁନାର ଫସଲ

ନକଲି ବିହନ ଜାଲରେ ଛନ୍ଦି ହୋଇଯାଇଛନ୍ତି ମାଲକାନଗିରି ବ୍ଲକର ଶତାଧିତ ଚାଷୀ । କ୍ଷେତରେ ସବୁଜ ସୁନ୍ଦର ସୁନାର ଫସଲ ଦେଖାଦେଉଥିଲା ବେଳେ ଭିତର ରହିଛି ଫମ୍ପା । ଫଳରେ ଚାଷୀର ବର୍ଷର ସ୍ବପ୍ନ ଫସର ଫାଟିଯାଇଛି । ଅଧିକ ପଢନ୍ତୁ..

ନକଲୀ ବିହନ ଜାଲରେ ଚାଷୀ, ଫମ୍ପା ବାହାରିଲା ସୁନାର ଫସଲ
ନକଲୀ ବିହନ ଜାଲରେ ଚାଷୀ, ଫମ୍ପା ବାହାରିଲା ସୁନାର ଫସଲ

ମାଲକାନଗିରି: ଜିଲ୍ଲାର ସଦର ବ୍ଲକରେ ଶହ ଶହ ଏକର ଧାନ ଏବେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ମାଲକାନଗିରି ବ୍ଲକ ଚାଲାଣଗୁଡ଼ା ପଞ୍ଚାୟତର ଏମଭି - ୧ , ଏମଭି - ୪୪ , ଏମଭି - ୯୦ ଗ୍ରାମରେ ଶହ ଶହ ଏକର ଧାନ ଫସଲ ଦେଖିବାକୁ ଡଉଲଡାଉଲ ସିନା ଭିତର ଫମ୍ପା ହୋଇଯାଇଛି । ଏ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

ନକଲି ବିହନ ଜାଲରେ ଚାଷୀ, ଫମ୍ପା ବାହାରିଲା ସୁନାର ଫସଲ

ଚାଷୀ ମାଲକାନଗିରିର ବିଭିନ୍ନ ସାର ଦୋକାନରୁ ଧାନ ବିହନ ଆଣି ଜମିରେ ବୁଣିଥିଲେ। । ଏସବୁ ଧାନ ବିହନ କଳାହାଣ୍ଡିରୁ ଆସିଥିବା ନେଇ ଦୋକାନୀ ଚାଷୀଙ୍କୁ କହିଥିଲା । ଆଉ ଚାଷୀ ବି ଦୋକାନୀ କଥା ମାନି ବିହନ ଆଣି ବୁଣିଥିଲା ଓ ଭଳ ଫସଲ ମଧ୍ୟ ହେଲା । କିନ୍ତୁ ଫଳ ଶୂନ୍ୟ । ଚାଷୀର ଖର୍ଚ୍ଚ, ପରିଶ୍ରମ ସବୁ ଫସର ଫାଟିଯାଇଛି ।

ଶତାଧିକ ଚାଷୀ ପ୍ରଶାସନ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି । କୃଷି ବିଭାଗର ଭିଏଲଡବ୍ଲ୍ଯୁ ଏବଂ ରାଜସ୍ବ ନିରୀକ୍ଷକ ମଧ୍ୟ ଅଭିଯୋଗ ପାଇ ବିଲ ଗୁଡ଼ିକରେ ପହିଞ୍ଚି ତଦାରଖ କରିଥିଲେ । ଭିଏଲଡବ୍ଲ୍ୟୁ ଙ୍କ କହିବା ଅନୁଯାୟୀ ବିଲରେ ଧାନ ଗଛ ଅଛି ସିନା ଧାନ ଫଳି ନାହିଁ । ନକଲି ବିହନ ଯୋଗୁ ଏଭଳି ହୋଇ ଥାଇପାରେ କିମ୍ବା କାଣ୍ଡରେ ବ୍ଲାଷ୍ଟ ହେବା ଯୋଗୁ ମଧ୍ୟ ଏପରି ହୋଇଥାଏ ବୋଲି ସେ କହିଛନ୍ତି । ଧାନରେ କୌଣସି ପୋକ ଲାଗିନଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସରପଞ୍ଚ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୋକାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହାର ତଦନ୍ତ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

କେବଳ ମାଲକାନଗିରି ସଦର ବ୍ଲକରେ ଏଭଳି ଅବସ୍ଥା ଅନ୍ୟ ବ୍ଲକ ଗୁଡ଼ିକରେ ମଧ୍ୟ ହୋଇଛି କି ନାହିଁ ତାର ତଦନ୍ତ ଚାଲିଥିବା କୁହାଯାଇଛି । ନକଲି ଧାନ ବିହନ ଯୋଗୁ ବର୍ଷକର ଫସଲ ହରାଇବାକୁ ଯାଉଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଅଧୀର ବଳ , ଦେବବ୍ରତ ମଣ୍ଡଳ, ପ୍ରମୋଦ ମିସ୍ତ୍ରୀ , ମାଧବ ରାୟ , ଇନ୍ଦ୍ରଜିତ କର୍ମାକର ପ୍ରମୁଖ ଚାଷୀ ।

ନକଲି ବିହନ ଘଟଣା ଯେଉଁଭଳି ଭାବେ ଚାଷୀର ସୁନାର ଫସଲ ଉଜାଡୁଛି , ତାହା ତଦନ୍ତ ହେବା ଜରୁରୀ ହୋଇପଡିଛି । ନ ଚେତ ଆଗକୁ ଏଭଳି ଚାଷୀ ବର୍ଷରକର ଫସଲ ହରାଇ ଋଣ ବୋଝରେ ଜୁଝି ହନ୍ତସନ୍ତ ହୋଇଚାଲିଥିବ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details