ଓଡିଶା

odisha

ETV Bharat / state

ଧାନ ମଣ୍ଡିରେ ଅବ୍ୟବସ୍ଥା, ରାଜରାସ୍ତା ଅବରୋଧ କଲେ ଚାଷୀ - malkangiri farmer block

ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି ମାଲକାନଗିରି ରାଜରାସ୍ତା ଅବରୋଧ କଲେ ଚାଷୀ । ଫଳରେ ଜୟପୁର ଠାରୁ ମାଲକାନଗିରି ଯାତାୟତ ଠପ । ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ଅଧିକ ପଢନ୍ତୁ...

farmer-road-block-for-not-taken-of-paddy-in-mandi-of-govindapalli-in-malkangiri-district
ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ମାଲକାନଗିରିରେ ରାଜରାସ୍ତା ଅବୋରଧ କଲେ ଚାଷୀ

By

Published : Feb 5, 2020, 8:59 PM IST

ମାଲକାନଗିରି: ରାଜରାସ୍ତା ଅବରୋଧ କଲେ ଚାଷୀ । ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି ମାଲକାନଗିରିରେ ଦେଖାଦେଇଛି ଚାଷୀ ଆନ୍ଦୋଳନ । ଫଳରେ ଜୟପୁର ଠାରୁ ମାଲକାନଗିରି ଯାତାୟାତ ଠପ, ଉଭୟ ଶହ ଶହ ପାର୍ଶ୍ବରେ ଗାଡି ଅଟକି ରହିଛି ।

ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ମାଲକାନଗିରିରେ ରାଜରାସ୍ତା ଅବୋରଧ କଲେ ଚାଷୀ

ମାଲକାନଗିରିର ପ୍ରବେଶ ଦ୍ବାର ଗୋବିନ୍ଦପାଲ୍ଲି ଠାରେ ଚାଷୀମାନେ ରାଜରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି । ଫଳରେ ଜୟପୁର ଠାରୁ ମାଲକାନଗିରି ଓ ବାଲିମେଳା ଏବଂ ଚିତ୍ରୋକୋଣ୍ଡାକୁ ଯାତାୟାତ ବନ୍ଦ ରହିଛି । ଚାଷୀଙ୍କ ଆନ୍ଦୋଳନ କାରଣରୁ ଶହ ଶହ ଗାଡି ମୋଟର ରାଜରାସ୍ତା ଉପରେ ଛିଡା ହୋଇ ରହିବାରୁ ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏହାକୁ ଦେଖି ଘଟଣାସ୍ଥଳରେ ମାଥିଲି ବିଡିଓ ଓ ମାଥିଲି ଥାନା ଆଇ.ଆଇ.ସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ବିଶେଷ କରି ରାଜ୍ୟରେ ଧାନ ମଣ୍ଡି ଖୋଲି ବନ୍ଦ ହେବାକୁ ବସିଥିବା ବେଳେ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି । ଏମିତିକି ଧାନର ମାନ ଖରାପ ଥିବା ଦର୍ଶାଇ ମିଲରମାନେ ଚାଷୀଙ୍କ ଧାନକୁ କଟନି ଛଟନୀ କରୁଥିବାରୁ ଚାଷିମାନେ ନିଜର ଧାନକୁ ବିକ୍ରୟ କରିପାରୁନାହାଁନ୍ତି ।

ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦେଖିବାକୁ ମିଳିଛି ଏପରି ଅସୁବିଧା । ତେଣୁ ସରକାର ତୁରନ୍ତ ଜିଲ୍ଲାର ଚାଷୀଙ୍କ ସମସ୍ୟାର ସମାଧାନ ନକଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଚେତାବନୀ ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details