ଓଡିଶା

odisha

ETV Bharat / state

ନୌକା ବିହାରର ନିଆରା ପରମ୍ପରା, କର୍ଫ୍ୟୁ ଭିତରେ କେମିତି ହେବ ବଡଯାତ୍ରା ? - ଅଗଣିତ ଭକ୍ତ

ପାରମ୍ପରିକ ରୀତିନୀତି ଅନୁସାରେ ଆନ୍ଧ୍ରପ୍ରଦେଶର ପୋଲେରୁ ଠାରେ ସ୍ନାନଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର କାନାମରାଜୁ, ବାଲରାଜୁ, ପୋତରାଜୁ ।

ନୌକା ବିହାରର ନିଆରା ପରମ୍ପରା
ନୌକା ବିହାରର ନିଆରା ପରମ୍ପରା

By

Published : Mar 24, 2021, 7:11 PM IST

ମାଲକାନଗିରି: ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା । ପାରମ୍ପରିକ ରୀତିନୀତି ଅନୁସାରେ ଆନ୍ଧ୍ରପ୍ରଦେଶର ପୋଲେରୁ ଠାରେ ସ୍ନାନଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର କାନାମରାଜୁ, ବାଲରାଜୁ, ପୋତରାଜୁ ।

ନୌକା ବିହାରର ନିଆରା ପରମ୍ପରା, କର୍ଫ୍ୟୁ ଭିତରେ କେମିତି ହେବ ବଡଯାତ୍ରା ?

ଏହି ତିନି ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ ଠାରୁ ମାଲକାନଗିରିକୁ ପାଛୋଟି ଆଣିବା ଲାଗି ପୋଲେରୁ ତାଡକନା ସ୍ନାନକୁଣ୍ଡଠାରେ ଏକତ୍ରିତ ହୋଇଥିଲେ ଓଡିଶା ସମତେ ଆନ୍ଧ୍ର ଓ ଛତିଶଗଡର ହଜାର ହଜାର ଭକ୍ତ । ତିନି ଠାକୁରଙ୍କ ସହିତ ତାଡକେଉଡେ କୁଣ୍ଡରେ ବୁଡ ପକାଇ ନିଜର ଶୁଭ ମନାସିଥିଲେ ଅଗଣିତ ଭକ୍ତ ।

ଗତକାଲି (ସୋମବାର) ଆନ୍ଧ୍ରପ୍ରଦେଶର ପୋଲେରୁରେ ଠାକୁର ବାଲରାଜୁ, କାନାମରାଜୁ, ପୋତରାଜୁ ଓ ଦେବୀ ମୁତ୍ୟୁଲାମ୍ମାଙ୍କୁ ତାଡକନା ନଦୀରେ ସ୍ନାନ କରାଇ ଯାତ୍ରାର ଶୁଭାରମ୍ଭ ହୋଇଛି। ଏହାକୁ ଆଖି ଆଗରେ ରଖି ପ୍ରଶାସନ ଆଜି(ମଙ୍ଗଳବାର) ରାତି ୯ଟାରୁ ନାଇଟ କର୍ଫ୍ୟୁ ଘୋଷଣା କରିଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ପାଳନ କରାଯିବ।

ଏହି ସ୍ନାନ ଯାତ୍ରାରେ ଠାକୁର ଗାଧୋଇବା ପରେ ଭକ୍ତମାନେ ଗାଧୋଇଥାନ୍ତି ଅଥବା ସେହି ପାଣିକୁ ଦେହରେ ସିଞ୍ଚନ କରିଥାନ୍ତି। ଯେଉଁଥିରେ କି ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ନଦୀ ପାଖରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳେ। ଏପରିକି ଆନ୍ଧ୍ର, ଛତିଶଗଡ, ତେଲେଙ୍ଗାନା ଓ ଓଡିଶା ଭଳି 4ଟି ରାଜ୍ୟର ଭକ୍ତ ଏହି ନଦୀ କୂଳରେ ଏକତ୍ରିତ ହୋଇଥିଲେ ।

ସ୍ନାନ ଯାତ୍ରା ପରେ ମାଲକାନଗିରି ପର୍ଯ୍ୟନ୍ତ ପ୍ରାୟ ୯୦ କିଲୋମିଟର ଠାକୁରଙ୍କୁ କାନ୍ଧେଇ କାନ୍ଧେଇ ଆଣିବେ ପୂଜକ ଓ ଭକ୍ତ। ଆସିବା ସମୟରେ ଠାକୁର ପୋଲେରୁ ଠାରେ ନୌକାଯାତ୍ରା କରନ୍ତି। ଆଜି(ମଙ୍ଗଳବାର) ମାନ୍ୟମକୋଣ୍ଡାରୁ ଠାକୁର ପୂଜା ପାଇବା ସହ ମାନସିକଧାରୀ ବଳି ପକାଇବେ। ଆସନ୍ତା ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସଦର ମହକୁମାରେ ଠାକୁର ପୂଜା ପାଇବେ।

ଗତକାଲିର ଭିଡକୁ ଦେଖି ପ୍ରଶାସନ ତତ୍ପର ହେବା ସହ କଟକଣା ଲାଗୁ କରିଛି। ଦୁଇ ଶହ ଲୋକଙ୍କୁ ନେଇ ଯାତ୍ରା କରିବା , ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ଏବଂ ରାତି ୯ଟାରୁ କର୍ଫ୍ୟୁ କରିବା ଭଳି କଟକଣା ଜାରି କରିଛି।

ମାଲକାନଗିରିରୁ ଦେବଦର୍ତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details