ଓଡିଶା

odisha

By

Published : Jul 29, 2020, 1:04 PM IST

ETV Bharat / state

ମୃତଦେହକୁ ଅସମ୍ମାନ: ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକ

ହଜିଗଲା ମାନବିକତା । ମରିଗଲା ପରେ ମଧ୍ୟ ମୃତଦେହକୁ ମିଳିଲାନାହିଁ ସମ୍ମାନ। ଶେଷରେ ମେଡିକାଲ ଷ୍ଟ୍ରେଚରରେ ପରିବାର ଲୋକେ ମୃତଦେହକୁ ବୋହି ନେଲେ ଘରକୁ । ଅଧିକ ଖବର ପଢନ୍ତୁ...

ମୃତଦେହକୁ ଅସମ୍ମାନ; ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକ
ମୃତଦେହକୁ ଅସମ୍ମାନ; ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକ

ମାଲକାନଗିରି: ହଜିଗଲା ମାନବିକତା । ମରିଗଲା ପରେ ମଧ୍ୟ ମୃତଦେହକୁ ମିଳିଲାନାହିଁ ସମ୍ମାନ। ଶେଷରେ ମେଡିକାଲ ଷ୍ଟ୍ରେଚରରେ ପରିବାର ଲୋକେ ମୃତଦେହକୁ ବୋହି ନେଲେ ଘରକୁ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ।

ପଡିଆ ବ୍ଲକ ଅନ୍ତର୍ଗତ ମୁସାକୀଗୁଡା ଗ୍ରାମର ଜଣେ ବୃଦ୍ଧ ଅସୁସ୍ଥ ହେବାରୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର। ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃତ୍ୟୁ ହୋଇଥିଲା । ମୃତଦେହକୁ ନେବା ପାଇଁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଖରାପ ଦର୍ଶାଇଥିଲେ।

ମୃତଦେହକୁ ଅସମ୍ମାନ; ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକ

ଏପଟେ ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଗାଡି ଭଡା କରିପାରିନଥିଲେ । ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଷ୍ଟ୍ରେଚରରେ ମୃତଦେହକୁ 2 କିଲୋମିଟର କାନ୍ଧରେ ବୋହିଥିଲେ । ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ଥିଲା, ଜଣେ ମହିଳା ମୃତଦେହକୁ କାନ୍ଧରେ ବୋହିବା ସହ ନିଜ କୋଳରେ ଛୋଟ ଛୁଆକୁ ଧରି ଦୀର୍ଘ2 କିଲୋମିଟର ଚାଲିଥିଲେ । ସହର ମଧ୍ୟ ଦେଇ ଏଭଳି ହୃଦୟ ବିଦାରକ ଦୃଶ୍ୟକୁ ଲୋକେ ଦେଖୁଥିଲେ ମଧ୍ୟ କେହି ଜଣେ ବି ସହଯୋଗର ହାତ ବଢାଇନଥିଲେ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details