ଓଡିଶା

odisha

ETV Bharat / state

ମାତିଛନ୍ତି ନକଲି ଡାକ୍ତର, ପୁଣି ମାଲକାନଗିରିରୁ ଜଣଙ୍କୁ ବାନ୍ଧିଲା ପୋଲିସ - fake doctor arrest in malkangiri

ପୁଣି ପୋଲିସ କବଜାରେ ଜଣେ ନକଲି ଡାକ୍ତର । ମାଲକାନଗିରି କାଲିମେଳା ବ୍ଲକ ବଦଲି ପଞ୍ଚାୟତର ଏମଭି 41ରୁ ନକଲି ଡାକ୍ତର ସମେନ୍ଦ୍ର ମୈତ୍ରକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Nov 13, 2019, 7:57 PM IST

ମାଲକାନଗିରି: ପୁଣି ପୋଲିସ କବଜାରେ ଜଣେ ନକଲି ଡାକ୍ତର । ମାଲକାନଗିରି କାଲିମେଳା ବ୍ଲକ ବଦଲି ପଞ୍ଚାୟତର ଏମଭି 41ରୁ ନକଲି ଡାକ୍ତର ସମେନ୍ଦ୍ର ମୈତ୍ରକୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ, ସମେନ୍ଦ୍ର ଏହି ଅଞ୍ଚଳରେ ନିଜକୁ ଡାକ୍ତର ଆଖ୍ୟା ଦେଇ ଦୀର୍ଘ ବର୍ଷ ଧରି ରୋଗୀ ସେବା କରି ଆସୁଥିଲେ । କିଛି ଦିନ ତଳେ ପକ୍ଷାଘାତ ରୋଗରେ ପୀଡିତ ଥିବା ପୁଲିମେଟଲା ଏମ.ପି.ଭି-6 ଗ୍ରାମର ମନି ବୈଦ୍ୟଙ୍କ ପୁଅ ସମୀରର ଚିକିତ୍ସା ପାଇଁ ସମେନ୍ଦ୍ର ପାଖକୁ ନେଇଥିଲେ ପରିବାର ଲୋକେ । ତେବେ ସେ ତାଙ୍କୁ ଇଞ୍ଜେକସନ ଦେବା ପରେ ପକ୍ଷାଘାତ ରୋଗୀଙ୍କ ଜୀବନ ଚାଲି ଯାଇଥିବା ନେଇ ପରିବାର ଲୋକେ ଗତ ମାସ 8 ତାରିଖ ଦିନ ପୋଟେରୁ ଫାଣ୍ଡିରେ ଏକ ମାମଲା ରୁଜୁ କରିଥିଲେ ।

ଏହା ପରେ କାଲିମେଳା ପୋଲିସ ସମେନ୍ଦ୍ରଙ୍କୁ ଗିରଫ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଲାସୀ ଆରମ୍ଭ କରିଥିଲା । ଶେଷରେ ଆଜି ତାକୁ ଗିରଫ କରିଥିବା ଜଣାପଡିଛି ।

ତେବେ ସୂଚନା ଥାଉକି, ମାଲକାନଗିରି ଜିଲ୍ଲା ଏକ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାବେଳେ ଜିଲ୍ଲାର ବିଛିନ୍ନାଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ଆଜି ମଧ୍ୟ ଅନେକ ଲୋକେ କ୍ବାକ( ଡାକ୍ତର) ସାଜି ଏଭଳି ବେଆଇନ ରୋଗୀ ସେବା କରୁଛନ୍ତି । ଏ ନେଇ ଅନେକ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଉଥିଲେ ମଧ୍ୟ ମାଲକାନଗିରି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି ।

ସୂଚନା ଅନୁଯାୟୀ, ଦିନକ ପୂର୍ବରୁ ସୁନ୍ଦରଗଡରୁ ମଧ୍ୟ ଜଣେ ନକଲି ଡାକ୍ତରକୁ ପୋଲିସ ଗିରଫ କରିଥିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details